ଆଜିଠୁ ମାଟ୍ରିକ୍‌-୨୦୧୮ ଫର୍ମପୂରଣ

Advertisment
ଆଜିଠୁ ମାଟ୍ରିକ୍‌-୨୦୧୮ ଫର୍ମପୂରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୧୮ ପାଇଁ ପର୍ମପୂରଣ ଅନ୍‌ଲାଇନ୍‌ରେ ଆରମ୍ଭ ହେବ। ଏହି ଫର୍ମ ପୂରଣ ପାଇଁ ଆସନ୍ତାକାଲିଠାରୁ ନଭେମ୍ବର ୧୬ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଫି ଦାଖଲ ଓ ନଭେମ୍ବର ୧୭ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯିବ। ପରେ ଜରିମାନା ସହିତ ନଭେମ୍ବର ୨୧ତାରିଖ ପର୍ଯ୍ୟନ୍ତ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଫି ଦାଖଲ ଓ ୨୨ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ଫର୍ମ ଦାଖଲ ସମୟ ରହିଛି।

କିନ୍ତୁ ରାଜ୍ୟର ମରୁଡ଼ି ଘୋଷିତ ୧୫ଟି ଜିଲ୍ଲାର ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷା ଦେୟ ଛାଡ କରାଯାଇଛି। ଓଡ଼ିଶାର ବଲାଙ୍ଗୀର,  ଅନୁଗୁଳ, ବରଗଡ଼, ଦେବଗଡ଼, ବୌଦ୍ଧ, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁରର ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଛାଡ କରାଯାଇଛି। ଏସବୁ ଜିଲ୍ଲା ମାଟ୍ରିକ ପରୀକ୍ଷାର୍ଥୀ ଫର୍ମପୂରଣ ୨ଦିନ ପରେ କରାଯିବ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନାରା ବେଗମ୍‌ ସୂଚନା ଦେଇଛନ୍ତି। ଫି ଛାଡ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ଫର୍ମ ପୂରଣ ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସଫ୍ଟେଓ୍ଵୟାର ପ୍ରସ୍ତୁତି କରାଯିବ। ଏଥି ପାଇଁ ଏହି ଛାତ୍ରଛାତ୍ରୀମାନଙ୍କ ଫର୍ମପୂରଣ ବିଳମ୍ବରେ କରାଯିବ ଡକ୍ଟର ବେଗମ୍‌ କହିଛନ୍ତି। ଏହି ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ସମୟ ସୀମା ପୂର୍ବନିର୍ଦ୍ଧାରିତ ସମୟ ଠାରୁ ୨ଦିନ ଅଧିକ ରହିବ ବୋଲି ସଭାପତି ଡକ୍ଟର ବେଗମ୍‌   ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe