ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ୭୦.୭୮ % ଛାତ୍ରଛାତ୍ରୀ ପାସ୍, ୧୧୮୧ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

Advertisment

ଏଥର ପରୀକ୍ଷାରେ ବାଜି ମାରିଛନ୍ତି  ଝିଅ

ଏଥର ପରୀକ୍ଷାରେ ବାଜି ମାରିଛନ୍ତି  ଝିଅ

ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ୭୦.୭୮ % ଛାତ୍ରଛାତ୍ରୀ ପାସ୍, ୧୧୮୧ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହି ସମୟ.ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ,ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍  ଉପସ୍ଥିତ ଅଛନ୍ତି। ଏ ବର୍ଷ ପାସ୍ ହାର ୭୦.୭୮  % ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ  ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଅପରପକ୍ଷରେ ୮୨ଟି ହାଇସ୍କୁଲରେ କେହି ଜଣେ  ବି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି। ୧୧୮୧ ପରୀକ୍ଷାର୍ଥୀ A-1 ଗ୍ରେଡ୍‌ରେ ପାସ୍‌ କରିଛନ୍ତି।  ସେହିଭଳି  A-2ରେ ୯୯୩୮ ଓ B-1ରେ ୨୪୯୯୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ B2ରେ ୪୬,୩୧୯ , Cରେ ୭୬, ୧୩୯, Dରେ ୧, ୧୬, ୨୬୨ , Eରେ ୧,୨୨,୦୬୭, F.ରେ ୧,୬୩,୯୫୪ ପରୀକ୍ଷାର୍ଥୀ ପାସ କରିଛନ୍ତି। 

ଏଥର ପରୀକ୍ଷାରେ ବାଜି ମାରିଛନ୍ତି  ଝିଅ । ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଥିବା  ବେଳେ ୨ଲକ୍ଷ ୫ହଜାର ୪୭୦ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ୱେବ୍‌ସାଇଟ୍‌ରେ ଫଳ ଉପଲବ୍ଧ .ହୋଇଥିବା ଜଣାପଡ଼ିଛି।  ଝାରସୁଗୁଡ଼ା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ ୫୦.୬୧% ରହିଛି।

publive-image

୭୨.୩୫%  ରେଗୁଲାର  ପରୀକ୍ଷାର୍ଥୀ ପାସ୍‌ କରିଥିବା ବେଳେ ଏକ୍ସରେଗୁଲାରରେ ୩୭.୪୩% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୧୦ ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ସୂଚନା ମିଳିଛି।

ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ୍  www.bseodisha.ac.in/www.bseodisha.nic.inରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10 ଟାଇପ୍ କରି 5676750 ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇବା ବା ସନ୍ଦେହ ଦୂର ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆସନ୍ତାକାଲିଠାରୁ ସାତ ଦିନ ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ସେମାନେ ବୋର୍ଡ କାର୍ଯ୍ୟାଳୟ 0671-2412059/0671-2412060 କୁ ଫୋନ କରି ପରୀକ୍ଷା ଫଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ପାଇ ପାରିବେ। ସେହିପରି ଆସନ୍ତାକାଲି ଅପରାହ୍ଣରେ ଓଏମ୍ଆର୍ ଉତ୍ତର ସିଟ୍ ମଧ୍ୟ ବୋର୍ଡ ୱେବ୍ସାଇଟରେ ଛଡାଯିବ। ପରୀକ୍ଷାର୍ଥୀ ଡାଉନଲୋଡ୍ କରି ଏହାକୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି। ତେବେ ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁ ମାର୍କ ପ୍ରୋସେସିଂ ଫାର୍ମ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ୬ଦିନ ଯୋଗାଯୋଗ ବିଚ୍ଛିନ୍ନ ରହିବାରୁ ଫଳ ପ୍ରକାଶନରେ ବିଳମ୍ବ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ଗତକାଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe