୨୩ରୁ ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା: ପରୀକ୍ଷା ଦେବେ ୫,୩୨,୭୧୨ ଛାତ୍ରଛାତ୍ରୀ

ଆଜିଠାରୁ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍ କାର୍ଡ

ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ: ୯ମରୁ ଦ୍ବାଦଶ ମଧ୍ୟରେ ୮ ପରୀକ୍ଷା

Education Bytes

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନଭେମ୍ବର ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫ‌ିକେଟ୍‌ (ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ-୧) ପରୀକ୍ଷା ଅନୁ‌ଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲ୍‌ରେ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ମିନିଟ୍ ସମୟ ମିଳିବ। ଅର୍ଥାତ୍‌ ଗଣିତ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ପ୍ରତି ବିଷୟରେ ୮୦ ନମ୍ବର (୫୦ ନମ୍ବର ଅବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍) ପରୀକ୍ଷା କରାଯିବ। ସମସ୍ତ ବିଷୟରେ ରେଗୁଲାର, ଏକ୍ସରେଗୁଲାର ପାଇଁ ପ୍ରଶ୍ନପତ୍ର ସମାନ ରହିବ। ଭୋକେସନାଲ୍ ଟ୍ରେଡ୍‌ର ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲ୍‌ରେ ଓ ବୋର୍ଡ ଦ୍ବାରା ନିଯୁକ୍ତ ଏକ୍ସଟ୍‌ରନାଲ୍ ପରୀକ୍ଷକଙ୍କ ଦ୍ବାରା ନଭେମ୍ବର ୧୧ରୁ ୧୮ତାରିଖ ମଧ୍ୟରେ କରାଯିବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

publive-image
ଉପସଭାପତି ଡକ୍ଟର ମହାନ୍ତିଙ୍କ ସୂଚନା ଅନୁସାରେ, ମାଟ୍ରିକ୍ ପରୀକ୍ଷା ପାଇଁ ୫ଲକ୍ଷ ୩୨ହଜାର ୭୧୨ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ଏହି ପରୀକ୍ଷା ରାଜ୍ୟର ୩୦୨୯ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଚୟନ ହୋଇଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଆଜିଠାରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।

ସେହିପରି ମଧ୍ୟମା ପରୀକ୍ଷା ପାଇଁ ୨୯୧୪ଜଣ ଫର୍ମପୂରଣ କରିଥିବା ବେଳେ ମଧ୍ୟମା ପରୀକ୍ଷା ୧୦୮ଟି କେନ୍ଦ୍ରରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଫର୍ମପୂରଣ କରିଥିବା ୭୧୮୧ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ‌ହାଜରା ଓ ବୋର୍ଡ ସଂପାଦକ ସୁମିତ୍ରା ସରକାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe