ଦୁର୍ଘଟଣା...ମାଟ୍ରିକ୍‌ ପରୀକ୍ଷାର୍ଥୀ ମୃତ

Advertisment
ଦୁର୍ଘଟଣା...ମାଟ୍ରିକ୍‌ ପରୀକ୍ଷାର୍ଥୀ ମୃତ

ବଡ଼ବିଲ : ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରିବା ବେଳେ ଏକ ଅଜଣା ବାଇକ୍‌ ଧକ୍କା ଦେବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁଘଟିଛି। ମୃତକ ଜଣକ ହେଲେ ଚଢ଼େଇହଟିଂର ବାମିଆ ହେମ୍ବ୍ରମଙ୍କ ଝିଅ ଗୀତା ହେମ୍ବ୍ରମ (୧୪)। ସେ ବଡ଼ବିଲ କଳିଙ୍ଗନଗର ଉଚ୍ଚ ବିଦ୍ୟାଳୟର ଛାତ୍ରୀ।

ଗୀତା ଆଜି ପରୀକ୍ଷା ‌ସରିବା ପରେ ଦୁଇ ସାଙ୍ଗଙ୍କ ସହ ଚାଲିଚାଲି ଘରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ବାଇକ୍‌ ଗୀତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ତାଙ୍କୁ ପ୍ରଥମେ ବଡ଼ବିଲ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe