ଅନୁଗୁଳରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଟ୍ରିକ୍‌ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଅନୁଗୁଳରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଟ୍ରିକ୍‌ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଅନୁଗୁଳ: ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୯୫ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ବ ହାସଲ କରିଥିବା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ‘ସମ୍ବାଦ’ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଗୁଳ ଟ୍ରକ୍‌ ମାଲିକ ସଂଘ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ମୁଖ୍ୟ ଅତିଥି, ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର, ଜିନ୍ଦଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦେଶ୍ବର ଝା, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଧାବୀ ବିଦ୍ୟାର୍ଥୀଙ୍କର ମାର୍ଗଦର୍ଶନ କରିଥିଲେ।

publive-image

‘ସମ୍ବାଦ’ ଅନୁଗୁଳ ସଂସ୍କରଣର ଡେସ୍କ୍‌ ଇନ୍‌ ଚାର୍ଜ ପ୍ରଦ୍ୟୁମ୍ନ ରାଉତ ଅତିଥି ପରିଚୟ ଦେଇଥିବା ବେଳେ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅନୁଗୁଳ ଜିଲ୍ଲାର ୨୫ଜଣ ଏବଂ ଢେଙ୍କାନାଳ ଜିଲ୍ଲାର ୨୪ଜଣ ମେଧାବି ବିଦ୍ୟାର୍ଥୀଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ‘ସମ୍ବାଦ’ର ବିଜ୍ଞାପନ ଅଧିକାରୀ ସୁବାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe