ମାଟ୍ରିକ୍‌ ପ୍ରଥମ ସମେଟିଭ୍‌ ପରୀକ୍ଷା ଆରମ୍ଭ: ୩୦୩୧୭ ପରୀକ୍ଷା ଦେଲେ, ଅନୁପସ୍ଥିତ ୨୪୬୫ ଛାତ୍ରଛାତ୍ରୀ

Advertisment
ମାଟ୍ରିକ୍‌ ପ୍ରଥମ ସମେଟିଭ୍‌ ପରୀକ୍ଷା ଆରମ୍ଭ: ୩୦୩୧୭ ପରୀକ୍ଷା ଦେଲେ, ଅନୁପସ୍ଥିତ ୨୪୬୫ ଛାତ୍ରଛାତ୍ରୀ

Odisha Bytes

ବାଲେଶ୍ବର: ମାଟ୍ରିକ୍‌ର ପ୍ରଥମ ସମେଟିଭ୍‌(ମଧ୍ୟମା) ପରୀକ୍ଷା ଆଜି ବିଭିନ୍ନ କେନ୍ଦ୍ରରେ ଛାତ୍ରଛାତ୍ରୀ ଦେଇଛନ୍ତି। ଜିଲ୍ଲାରେ ୧୮୫ ପରୀକ୍ଷା କେନ୍ଦ୍ରରେ ୫୨୨ ସ୍ମୁଲର ୩୪ ହଜାର ୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍‌ କରିଥିବା ବେଳେ ଏଥିରୁ ୩୨ ହଜାର ୭୮୨ ପରୀକ୍ଷା ପାଇଁ ଫର୍ମଫିଲପ୍‌ କରିଥିଲେ। ଆଜି ୩୦ ହଜାର ୩୧୭ ପରୀକ୍ଷା ଦେଇଥିବା ବେଳେ ୨ ହଜାର ୪୬୫ ଛାତ୍ରଛାତ୍ରୀ ଅନୁପସ୍ଥିତି ରହିଛନ୍ତି।

ସକାଳ ୮.୩୦ ମିନିଟ୍‌ ସମୟରେ ଡେସ୍‌ପାଚ୍‌ ଟିମ୍‌ ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚାଇଥିଲେ। ୯.୩୦ ମିନିଟ୍‌ ସୁଦ୍ଧା ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ସାନିଟାଇଜ୍, ମାସ୍କ ଓ ଥର୍ମାଲ ସ୍କିନିଂ କରାଯିବା ପରେ ଭିତରକୁ ଛଡ଼ାଯାଇଥିଲା। ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ ଟା ଏବଂ ଦ୍ବିତୀୟ ସିଟିଂ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ଛାତ୍ରଛାତ୍ରୀ ମାତୃଭାଷା ଓ ଗଣିତ ବିଷୟର ପରୀକ୍ଷା ଦେଇଥିଲେ।

କରୋନାକୁ ଦୃଷ୍ଟିରେ ‌ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକ ସାନିଟାଇଜ୍‌ କରାଯିବା ସହିତ ମାସ୍କ, ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଥିଲା। ପରୀକ୍ଷା ପାଇଁ ଜିଲ୍ଲାରେ ୧୨ ଟି ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ୪୩ ଟି ଡେସ୍‌ପାଚ୍‌ ଟିମ୍‌କୁ ନିୟୋଜିତ କରାଯାଇଥିଲା। ସେହିପରି ଜିଲ୍ଲା ତରଫରୁ ୩ଟି ଫ୍ଲାଇଂ ସ୍କ୍ବାର୍ଡ ଓ ସେଣ୍ଟ୍ରାଲ ବୋର୍ଡ ତରଫରୁ ୨ଟି ଫ୍ଲାଇଂ ସ୍କ୍ବାର୍ଡ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୨ ବ୍ଲକ ପାଇଁ ୧୨ ସ୍କ୍ବାର୍ଡ ବିଭିନ୍ନ କେନ୍ଦ୍ରରେ ବୁଲିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ସହର ସହିତ ଅନ୍ୟ କେନ୍ଦ୍ର ଗୁଡ଼ିକକୁ ଯାଇ ବୁଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe