ସରିଲା ସପ୍ଲିମେଣ୍ଟାରୀ ପରୀକ୍ଷା

ସରିଲା ସପ୍ଲିମେଣ୍ଟାରୀ ପରୀକ୍ଷା

indiatoday.in

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଦ୍ବିତୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜି ଶେଷ ହୋଇଛି। ଶେଷ ଦିନରେ ଆଜି ପ୍ରାକ୍ଟିକାଲ୍‌ ପରୀକ୍ଷା ଥିଲା। ଚଳିତ ବର୍ଷ ମୋଟ୍ ୨୭ହଜାର ୬୧୬ପରୀକ୍ଷାର୍ଥୀ ୧୨୨ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ଷ୍ଟେଟ୍‌ ଓପନ୍ ସ୍କୁଲ ପରୀକ୍ଷାରେ ୯ହଜାର ୩୩ଜଣ ୫୫ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଥିଲା। ତେବେ ଖୁବ୍‌ଶୀଘ୍ର ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe