ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷାଫଳ

Advertisment
ମାଟ୍ରିକ ଟପର୍‌ଙ୍କୁ ‘ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି’ : ମିଳିବ ଏକ ଲକ୍ଷ ଟଙ୍କା

photo by : DNA India

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ। ଜୁଲାଇ ୬ ତାରିଖରୁ ରାଜ୍ୟର ୧୦ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ମୂଲ୍ୟାୟନ ଗତକାଲି ଶେଷ ହୋଇଥିବା ବେଳେ ଏବେ ମୂଲ୍ୟାୟନର ପରବର୍ତ୍ତିର୍ ପ୍ରକ୍ରିୟା ଚାଲିଛି। ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଏଚ୍‌ଏସ୍‌ସି ପରୀକ୍ଷା(ମାଟ୍ରିକ)ର ରିଆଡିସନ ଓ ରିଚେକିଂ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ। ଗତ ଜୁନ୍‌ ୨୦ରୁ ବୋର୍ଡ ସ୍କୁଲ ପରିସରରେ ପାଖାପାଖି ୭୦ଜଣ ପରୀକ୍ଷକ ରିଆଡିସନ ଓ ରିଚେକିଂ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପ୍ରଥମେ ମାଟ୍ରିକ ପରୀକ୍ଷା ରିଆଡିସନ, ରିଚେକିଂ ଫଳ ସହିତ ପରୀକ୍ଷା ଖାତାର ଫଟୋକପି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଖାତାର ନକଲ ପ୍ରଦାନ କରାଯିବାକୁ ଯୋଜନା ପ୍ରସ୍ତୁତି ହୋଇଛି। ବାର୍ଷିକ ମାଟ୍ରିକ ପରୀକ୍ଷା ପ୍ରାର୍ଥୀଙ୍କ କାର୍ଯ୍ୟ ପରେ ସପ୍ଲିମେଣ୍ଟାରୀ ଫଳ ପ୍ରକାଶ କରାଯିବ। ତେବେ ସମସ୍ତ ଫଳ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe