ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ: ପ୍ରଥମ ଦିନରେ ୧୨ଏମ୍‌ପି

Advertisment
ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ: ପ୍ରଥମ ଦିନରେ ୧୨ଏମ୍‌ପି

Latest odisha News

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ରାଜ୍ୟର ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳ‌ାରେ ସଂପନ୍ନ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଓଡ଼ିଆରେ ଅସାଧୁ ଉପାୟ ଅବଲମ୍ବନ କରି ୧୨ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କାଡ୍ ହାତରେ ଧରାପଡ଼ି ଏମ୍‌ପି ହୋଇଥିବା ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ କହିଛନ୍ତି। ଉଭୟ ସପ୍ଲ‌ିମେଣ୍ଟାରୀ ଓ ଓପନ୍‌ ସ୍କୁଲ ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସଭାପତି ଡକ୍ଟର ବେଗମ୍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୧୨୨ଟି କେନ୍ଦ୍ରରେ ୨୭ହଜାର ୬୧୬ ପରୀକ୍ଷାର୍ଥୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଦେଉଥିବାବ‌େଳେ ୫୫ଟି କେନ୍ଦ୍ରରେ ୯ହଜାର ୩୩ଜଣ ପରୀକ୍ଷାର୍ଥୀ ଷ୍ଟେଟ୍ ଓପନ୍‌ ସ୍କୁଲ ପରୀକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe