ଓଲଟିଲା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଗାଡ଼ି: ସାଇକଲ ଆରୋହୀ ମୃତ, ୯ ଛାତ୍ରଛାତ୍ରୀ ଆହତ

Advertisment

ପରୀକ୍ଷାର୍ଥୀଙ୍କୁ ନେଇ ଦ୍ରୁତ ଗତିରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଏକ ବୋଲେରୋ ଆଜି ଜଣେ ସାଇକଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତାକଡ଼ କେନାଲ୍‌କୁ ଓଲଟି ପଡ଼ିଛି। ଘଟଣାସ୍ଥଳରେ ସାଇକଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ପରୀକ୍ଷାର୍ଥୀଙ୍କୁ ନେଇ ଦ୍ରୁତ ଗତିରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଏକ ବୋଲେରୋ ଆଜି ଜଣେ ସାଇକଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତାକଡ଼ କେନାଲ୍‌କୁ ଓଲଟି ପଡ଼ିଛି। ଘଟଣାସ୍ଥଳରେ ସାଇକଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

dgdgcv

ରାଜନଗର: ପରୀକ୍ଷାର୍ଥୀଙ୍କୁ ନେଇ ଦ୍ରୁତ ଗତିରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଏକ ବୋଲେରୋ ଆଜି ଜଣେ ସାଇକଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତାକଡ଼ କେନାଲ୍‌କୁ ଓଲଟି ପଡ଼ିଛି। ଘଟଣାସ୍ଥଳରେ ସାଇକଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଗାଡ଼ି କାଚ ଭାଙ୍ଗି ସ୍ଥାନୀୟ ଲୋକମାନେ ୧୧ ଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ଓ ପୋଷାକ ବଦଳାଇବା ପରେ ଛାତ୍ରଛାତ୍ରୀ ବିଳମ୍ବରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରେ ଆହତ ୯ଜଣ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି।

ରାଜନଗର ବ୍ଲକ୍‌ ବାଘମାରିସ୍ଥିତ ବିବେକାନନ୍ଦ ବିଦ୍ୟାପୀଠର ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ୧୫ କିମି ଦୂର ଖମାରସାହିସ୍ଥିତ ନାଗା ନାରାୟଣ ହାଇସ୍କୁଲ୍‌ରେ କରାଯାଇଛି। ୧୧ଜଣ ପରୀକ୍ଷାର୍ଥୀ ଆଜି ଏକ ବୋଲେରୋରେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ପରୀକ୍ଷା ପାଇଁ ଦ୍ରୁତ ଗତିରେ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ କୃଷ୍ଣନଗର ଛକରେ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା କୃଷ୍ଣନଗର ଗାଁର ସୁବୋଧ ମଣ୍ଡଳଙ୍କୁ ଧକ୍କା ଦେବା ପରେ କେନାଲ୍‌ ଭିତରକୁ ପଲଟି ଯାଇଥିଲା। ଘଟଣାସ୍ଥଳରେ ସୁବୋଧଙ୍କର ମୃତ୍ୟୁ ଘଟିଥିଲା। ଚାରିଚକା ଉପରକୁ ରହି ସଂପୂର୍ଣ୍ଣ ଓଲଟି ପଡ଼ିଥିବା ବୋଲେରୋ କାଚ ଭାଙ୍ଗି ଅଞ୍ଚଳବାସୀ କାଦୁଅ ଜୁଡ଼ୁବୁଡ଼ୁ ଅବସ୍ଥାରେ ୧୧ଜଣ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଥିଲେ। ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସମସ୍ତେ ଆହତ ହୋଇଥିଲେ।

ସାଇକଲ ଆରୋହୀ ମୃତ, ୯ ଛାତ୍ରଛାତ୍ରୀ ଆହତ
ଦୁର୍ଘଟଣା ପରେ ରାସ୍ତାରୋକ, ଚାଳକ ଅଟକ

ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପୋଷାକ ବଦଳାଇ ଛାତ୍ରଛାତ୍ରୀ ବିଳମ୍ବରେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ପରେ ଉମାକାନ୍ତ ମାଇତି ଓ ଦୟାନିଧି ଭୂୟାଁ ଘରକୁ ଫେରିଥିଲା ବେଳେ ଆହତ ଛାତ୍ରଛାତ୍ରୀ ସିଦ୍ଧାନ୍ତ ମାଇତି, ଅଭିଜ୍ଞାନ କୁଣ୍ଡ, ସନ୍ଧିପନ କୁଣ୍ଡ, ବୁଦ୍ଧଦେବ ଦାସ, ଶୁଭଙ୍କର ବାରିକ, ଏସ୍‌କେ ବୈରୁଲ୍‌, ସାଇନା ଖାତୁନ, ସୁବାସ ଜେନା ଓ ଆଜାଦ ଅଲ୍ଲୀ ଖାନ୍‌ଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମୁଣ୍ଡ, ହାତ ଓ ଗୋଡ଼ରେ ଗୁରୁତର ଆଘାତ ଥିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଏହି ଦୁର୍ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ପାଇ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ସୁମିତ୍ରା ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ବୋଲେରୋ ଚାଳକ ତଥା ମାଲିକ ପଙ୍କଜ ମଥାନଙ୍କୁ ଥାନାରେ ଅଟକ ରଖାଯାଇଥିଲା ବେଳେ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ସୁବୋଧଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତକଙ୍କ ପରିବାରକୁ ତହସିଲଦାର ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe