ମାଟ୍ରିକ୍ ପରୀକ୍ଷା ଶେଷ: ଆସନ୍ତା ୨୧ତାରିଖରୁ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ

Advertisment
ପ୍ରକାଶ ପାଇଲା ନବମ ପରୀକ୍ଷାଫଳ: ହାଇସ୍କୁଲରେ ୮୭.୨୦, ମଧ୍ୟମାରେ ୯୧.୪୦% ପାସ୍‌

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଶନିବାର ଦିନ ଶେଷ ହୋଇଛି। ଏପ୍ରିଲ୍ ୨୯ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଅନ୍ୟପଟେ ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ସରିବ। ମାଟ୍ରିକ୍ ପରୀକ୍ଷା‌ର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଥିଲା।

ଏହି ପରୀକ୍ଷାରେ ଅସଦ୍‌ ଉପାୟ ଅବଲମ୍ବନ କରି ୪୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ଇଂରାଜୀ, ଗଣିତ, ବିଜ୍ଞାନ ଭଳି ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ବି ବିଭ୍ରାଟ ଦେଖିବାକୁ ମିଳିଛି। ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରର ପାର୍ଟ-୧ (ସଂକ୍ଷିପ୍ତ ପ୍ରଶ୍ନପତ୍ର)ବିଭାଗର ୪ଟି ଇତିହାସ ପ୍ରଶ୍ନ ବୋର୍ଡ ପକ୍ଷରୁ ବାଦ୍ ଦିଆଯାଇଥିବା ପାଠ୍ୟକ୍ରମରୁ ଆସିଥିବା ଅଭିଯୋଗ ହୋଇଛି। ଆଜି ମାଟ୍ରିକ୍ ପରୀକ୍ଷା ସରିଥିବା ବେଳେ ଆସନ୍ତା ୨୧ ତାରିଖରୁ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି। ଏଥି ପାଇଁ ମୋଟ ୫୩ଟି ମୂଲ୍ୟାୟନ କେନ୍ଦ୍ର ଚୟନ କରାଯାଇଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe