ନିର୍ବାଚନରେ ଅମାନତ ରାଶି ବ୍ୟବସ୍ଥାକୁ ବିରୋଧ, ହାଇକୋର୍ଟରେ ମାମଲା ଖାରଜ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ଲୋକସଭା ଓ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ କରୁଥିବା ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ଜମା ବ୍ୟବସ୍ଥା ବାଧ୍ୟତାମୂଳକ ନିୟମ ବେଆଇନ ବୋଲି ଦର୍ଶାଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୩୪ରେ ରହିଥିବା ଏପରି ବ୍ୟବସ୍ଥାର ବୈଧତକୁ ଚାଲେଞ୍ଜ କରି ଦାୟର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଧାରା ୩୪କୁ ରଦ୍ଦ କରିବା ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଉମାଚରଣ ମିଶ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୩୪ ଅନୁସାରେ ନିର୍ବାଚନ ପାଇଁ ନାମଙ୍କନପତ୍ର ଦାଖଲ କରୁଥିବା ପ୍ରାର୍ଥୀ ନିର୍ଦ୍ଦିଷ୍ଟ ପରିମାଣର ରାଶି ଜମା କରିବାକୁ ବାଧ୍ୟ।

ଯଦି ପ୍ରାର୍ଥୀ ଏହି ଅର୍ଥ ଜମା ନ କରନ୍ତି ତେବେ ତାଙ୍କ ନାମାଙ୍କନ ଗ୍ରହଣୀୟ ହେବ ନାହିଁ ଓ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପାରିବେ ନାହିଁ। ଲୋକସଭା ନିର୍ବାଚନ ପାଇଁ ଏପରି ରାଶି ପୂର୍ବରୁ ୧୦ ହଜାର ଟଙ୍କା ଥିବା ବେଳେ ଏହାକୁ ୧୩ ବର୍ଷ ତଳେ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେହିଭଳି ଭାବେ ବିଧାୟକ ପଦ ପାଇଁ ଏହି ରାଶି ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। କୌଣସି ବିକଳ୍ପ ବ୍ୟବସ୍ଥା ନ କରି ଏହି ରାଶି ବୃଦ୍ଧି କରାଯିବା ଦ୍ବାରା ନିର୍ବାଚନରେ ପ୍ରତିନ୍ଦ୍ବିତା କରିବାରୁ ବହୁ ଭଲ ଲୋକ ବଞ୍ଚିତ ହେଉଛନ୍ତି ବୋଲି ଆବେଦନକାରୀ ଦର୍ଶାଇ ଏହି ଆବେଦନ ଦାୟର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe