ମୟୂରଭଞ୍ଜ ଫୁଟ୍‌ବଲ କପ୍ ଉଦ୍‌ଘାଟିତ

ମୟୂରଭଞ୍ଜ ଫୁଟ୍‌ବଲ କପ୍ ଉଦ୍‌ଘାଟିତ

ବାରିପଦା: ବାରିପଦା ଷ୍ଟାଡିଅମ ପଡ଼ିଆରେ ମୟୂରଭଞ୍ଜ ଆଥଲେଟିକ୍‌ ଆସୋସିଏସନ ଓ ମୟୂରଭଞ୍ଜ ଫୁଟବଲ୍‌ ଖେଳାଳି ସଂଘ ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ମୟୂରଭଞ୍ଜ ଫୁଟବଲ୍‌ କପ୍-୨୦୨୨ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏସ୍‌ପି ଋଷିକେଶ ଧ୍ୟାନଦେଓ ଖିଲାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦ୍‌ଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ରାଉଣ୍ଡ ଖେଳରେ ଭୋଳାଗଡ଼ିଆ ଦଳ, ଏସ୍‌ଏସ ସ୍ପୋର୍ଟିଂକୁ ୩-୦ ରେ, ନନ୍ଦୁ ଦାଦା କଲିକାତା ଦଳ ଶଙ୍ଖାଭଙ୍ଗା ଦଳକୁ ୨-୦ ରେ, ଖୁଣ୍ଟା ଟାଉନ୍‌ ଦଳ ଟାଇଗର୍‌ ଫୁଟବଲ୍‌ କ୍ଲବ୍‌କୁ ୧-୦ ରେ, ଭୁବନେଶ୍ୱର ଦଳ ଭଞ୍ଜ ବାଗାନ ମୟୂରଭଞ୍ଜକୁ ୧-୦ ଗୋଲ୍‌ରେ ହରାଇ ବିଜୟୀ ହୋଇଥିଲା। ଦ୍ବିତୀୟ ରାଉଣ୍ଡରେ କଲକାତା ଦଳ ଭଲଗଡିଆକୁ ୧-୦ରେ ଓ ଖୁଣ୍ଟା ଟାଉନ୍‌ ଦଳ ଭୁବନେଶ୍ୱରକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା।

ସେମିଫାଇନାଲ ଖେଳରେ କଲକାତା ଦଳ ଖୁଣ୍ଟା ଟାଉନ୍‌କୁ ଟାଇ ବ୍ରେକର୍‌ ଜରିଆରେ ୬-୫ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଚକ୍ରଧର ଚାତାର, ସୀତାରାମ ସୁଲତାନ ହାଁସଦା, ବାପୁନ କୁମାର ମହାନ୍ତ, କେଦାର କାଲୁଣ୍ଡିଆ ଖେଳ ପରିଚାଳନା କରିଥିବା ବେଳେ ମନୋଜ କୁମାର ପାତ୍ର ଧାରାବିବରଣୀ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଆଥ୍‌ଲେଟିକ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧକ୍ଷ ଅମିତାଭ ଦାସ, ଫୁଟବଲ୍‌ ସଂଘ ସହ ସମ୍ପାଦକ ଅମର ସେଠୀ, ସହ ସମ୍ପାଦକ ବୈଦ୍ୟନାଥ ରଥ, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ, ହରପ୍ରସାଦ ପାତ୍ର, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଉମେଶ ସାହୁ ଓ ପୂର୍ବତନ କ୍ରୀଡ଼ା ଅଧିକାରୀ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ବରିଷ୍ଠ ଖେଳାଳି ଅମୂଲ୍ୟ କୁମାର ମିଶ୍ର, ମୟୂରଭଞ୍ଜ ଫୁଟବଲ୍‌ ଖେଳାଳି ସଂଘର ସଭାପତି ଧର୍ମରାଜ ହାଁସଦା, ସମ୍ପାଦକ ମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe