Advertisment

କଳିଙ୍ଗାଘାଟିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲାଗିଛି ସୌରବତି, ଅର୍ଦ୍ଧାଧିକ ଅଚଳ

Advertisment
କଳିଙ୍ଗାଘାଟିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲାଗିଛି ସୌରବତି, ଅର୍ଦ୍ଧାଧିକ ଅଚଳ

ଘୁ.ଉଦୟଗିରି: ‘ସରକାର କା ମାଲ ଦରିଆ ମେ ଡାଲ’ ନ୍ୟାୟରେ ଚାଲିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ। ୧୫୭ ନମ୍ବର ଜାତୀୟ ରାଜପଥର କଳିଙ୍ଗାଘାଟି ଠାରୁ କଳିଙ୍ଗା ମୁଖ୍ୟ ସଡ଼କ ଯାଇଥିବା ବେଳେ ଏକବର୍ଷ ତଳେ ଜାତୀୟ ରାଜପଥ ପକ୍ଷରୁ ତିନି କିମି ରାସ୍ତାରେ ମୋଟ ୪୨ଗୋଟି ସୋଲାର ବିଦ୍ୟୁତ ଆଲୁଅ ରାସ୍ତାକଡ଼ରେ ଲଗାଯାଇଥିଲା। କଳିଙ୍ଗାବାସୀ ଖୁସି ହୋଇଯାଇଥିଲେ ଯାହାହେଉ ମୁଖ୍ୟ ସଡକ ଅନ୍ଧାର ଦାଉରୁ ରକ୍ଷା ମିଳିବ। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହିଭଳି ସୋଲାର ଲାଇଟ ରାସ୍ତାକଡ଼ରେ ଲଗେଇଲେ ଯେ କେବେ ମଧ୍ୟ ଜଳିଲାନାହିଁ। ମୋଟ୪୨ଗୋଟିରୁ ୧୭ଗୋଟି ସମ୍ପୂର୍ଣ୍ଣ ଖରାପ ହୋଇ ପଡିଛି। ଜମା ଜଳି ନାହିଁ।

କଳିଙ୍ଗାବାସୀ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ସ୍ଥାନୀୟ ଅଞ୍ଚଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି କାର୍ଯ୍ୟାଳୟ ନଥିବା ଏବଂ ଏହାର ଦାୟିତ୍ୱ କାହାର ସେ ମଧ୍ୟ କୌଣସି ଦିନ ଦେଖା ନଦେବା ପରିତାପର ବିଷୟ। ଲୋକ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବା ଅଧିକାରୀଙ୍କ ଖାମଖିଆଲ ମାନବୃତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିମ୍ନମାନର ସୋଲାର ଲାଇଟ ଲଗେଇ ବ୍ୟାପକ ଅର୍ଥ ତୋଷରପାତ କରିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe