ତିନି ସନ୍ତାନ ପାଇଁ ମାୟାବର୍ହା ସରପଞ୍ଚ ଅଯୋଗ୍ୟ ଘୋଷିତ

ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ସୋନପୁର/ରାମପୁର: ତିନି ସନ୍ତାନ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ମାୟାବର୍ହା ସରପଞ୍ଚ ପ୍ରମୋଦିନୀ ଜୁଆଡ଼ିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରମୋଦିନୀ ମାୟାବର୍ହା ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ।

୩ଟି ସନ୍ତାନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଜୀବନଦାଦର ଗ୍ରାମର ଦିଲୀପ ବଗର୍ତ୍ତୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଏହାର ବିଚାର କରି ଆବଶ୍ୟକ ପ୍ରମାଣପତ୍ରକୁ ଭିତ୍ତି କରି ଜିଲ୍ଲାପାଳ ମାୟାବର୍ହା ସରପଞ୍ଚ ପ୍ରମୋଦିନୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ପୁରୋହିତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe