Maya Mirig: ମାୟା ଲଗାଇଲା ‘ମାୟା ମିରିଗ’

୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନୀରଦ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ମାୟା ମିରିଗ’ର ପ୍ରିମିୟର୍‌ ଆଜି କେଶରୀ ଟକିଜ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ‘ମାୟା ମିରିଗ’ ମାୟାରେ ଆଜି ଭରପୁର...

Untitled-10

ଭୁବନେଶ୍ବର: ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନୀରଦ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ମାୟା ମିରିଗ’ର ପ୍ରିମିୟର୍‌ ଆଜି କେଶରୀ ଟକିଜ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ‘ମାୟା ମିରିଗ’ ମାୟାରେ ଆଜି ଭରପୁର ଦର୍ଶକ ଥିଲେ। ଆସନ୍ତା ୧୭ ତାରିଖ ଦିନ ମଧ୍ୟ ଏହାର ସ୍କ୍ରିନିଂ ହେବ। ଏହା ସମସ୍ତଙ୍କ ପାଇଁ ନିଶୁଳ୍କ ରହିଛି।। ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଏହି କ୍ଲାସିକ୍‌ ଚଳଚ୍ଚିତ୍ର ରିଲ୍‌ ନଷ୍ଟ ହୋଇଯାଇଥିବା ବେଳେ ଏହାର ପୁନରୁଦ୍ଧାର ପ୍ରୟାସ ଆରମ୍ଭ ହୋଇଥିଲା। ୨୦୨୦ ନଭେମ୍ବରରେ ନୀରଦ ମହାପାତ୍ରଙ୍କ ପୁଅ ସନ୍ଦୀପ ମହାପାତ୍ର ମୁମ୍ବାଇସ୍ଥିତ ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ’ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କ ସହ ଯୋଗାଯୋଗ କରି ‘ମାୟା ମିରିଗ’ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ’ ଦ୍ବାରା ପୁନରୁଦ୍ଧାର କରାଯାଇଥିବା ଏହା ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। 

୨୦୨୧ ଜାନୁଆରି ୭ ତାରିଖରେ ଚେନ୍ନାଇସ୍ଥିତ ପ୍ରସାଦ ଲ୍ୟାବରେ ‘ମାୟା ମିରିଗ’ର ମୂଳ ୧୬ ଏମ୍‌ଏମ୍‌ କ୍ୟାମେରା ନେଗେଟିଭ ମଧ୍ୟରୁ ୧୨ଟି ରିଲ୍ ମିଳିଥିଲା । ସେହି ରିଲ୍‌ସବୁ ଏକ ଗୋଦାମରେ ଶୁଳ୍କ ପଇଠ ନ ହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ରିଲଗୁଡ଼ିକୁ ସେଠାରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ମୁମ୍ବାଇ ଲ୍ୟାବ୍‌କୁ ସ୍ଥାନାନ୍ତର କରି ପରୀକ୍ଷଣ କରିଥିଲା। ରିଲ୍‌ର ପୁନରୁଦ୍ଧାର ପାଇଁ ଚେନ୍ନାଇର ‘ଡିଜିଟାଲ୍‌ ଫିଲ୍ମ ରିଷ୍ଟୋର ପ୍ରାଇଭେଟ୍‌ ଲିମିଟେଡ୍‌’ର ସହାୟତା ନିଆଯାଇଥିଲା। ପୁନରୁଦ୍ଧାର ପରେ ୨୦୨୪ ମସିହାରେ ବୋଲୋଗ୍ନାଠାରେ ଅନୁଷ୍ଠିତ ସିନେମା ରିଟ୍ରୋଭାଟୋ ଫେଷ୍ଟିଭାଲ୍‌ରେ ‘ମାୟା ମିରିଗ’ର ୱାର୍ଲ୍ଡ ପ୍ରିମିୟର୍‌ ପ୍ରଦର୍ଶିତ ହୋଇଥିଲା। ଆଜିର ପ୍ରିମିୟର୍‌ ଅବସରରେ ସନ୍ଦୀପ ମହାପାତ୍ରଙ୍କ ସହ ‘ମାୟା ମିରିଗ’ ଚଳଚ୍ଚିତ୍ରର ସମ୍ପାଦନା ସହ କଳା ନିର୍ଦ୍ଦେଶନା ଓ ଅଭିନୟ କରିଥିବା ସମ୍ପଦ ମହାପାତ୍ର ଓ ବିନୋଦ ମିଶ୍ର ଉପସ୍ଥିତ ଥିଲେ। ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ’ର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁର ସମସ୍ତଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe