ଏକତରଫା ପ୍ରେମରେ ବିଫଳ ହୋଇ ଉନ୍ମତ୍ତକାଣ୍ଡ

Advertisment
ଏକତରଫା ପ୍ରେମରେ ବିଫଳ ହୋଇ ଉନ୍ମତ୍ତକାଣ୍ଡ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଟଣାଓଟରା କରିବା ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ।

ଅଭିଯୋଗ ମୁତାବକ; ବୈଶିଙ୍ଗା ଥାନା ଅଧୀନ ଦେବସ୍ଥଳ ଗ୍ରାମର ବିଘ୍ନେଶ୍ୱର ସ୍ବାଇଁ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରିବା ସହ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ। ଏ ନେଇ ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଘ୍ନେଶ୍ବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେ ଜେଲ୍‌ରୁ ମୁକୁଳିବା ପରେ ଉକ୍ତ ଯୁବତୀଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଟଣାଓଟରା କରି ଗାଳିଗୁଲଜ କରିବା ସହିତ ଝିଅକୁ ଅପହରଣ କରି ନେବାର ଧମକ ଦେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତଙ୍କୁ ବାନ୍ଧି ପକାଇବା ସହ ଥାନାକୁ ଖବର ଦେଇଥିଲେ। ପୁଲିସ କେସ୍‌ ନଂ ୧୫୦/୨୨ରେ ମାମଲା ରୁଜୁ କରି ବିଘ୍ନେଶ୍ୱରଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe