ମୟୂରଭଞ୍ଜରେ ବିଗୁଡ଼ୁଛି କରୋନା ସ୍ଥିତି : ମୋଟ ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ସ୍ଥାନୀୟ ସଂକ୍ରମିତ

Advertisment

ଆକ୍ରାନ୍ତ ହେଲେଣି ୨୫ଜଣ କରୋନା ଯୋଦ୍ଧା, ୨ ମୃତ

ଆକ୍ରାନ୍ତ ହେଲେଣି ୨୫ଜଣ କରୋନା ଯୋଦ୍ଧା, ୨ ମୃତ

ମୟୂରଭଞ୍ଜରେ ବିଗୁଡ଼ୁଛି କରୋନା ସ୍ଥିତି : ମୋଟ ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ସ୍ଥାନୀୟ ସଂକ୍ରମିତ

clinicaltrialsalliance.org.au

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବିଗୁଡ଼ୁଛି କରୋନା ସ୍ଥିତି। ମେ ୭ରେ କପ୍ତିପଦା ବ୍ଲକ୍‌ରୁ ଆରମ୍ଭ ହୋଇଥିବା କରୋନା ଆଜି ସୁଦ୍ଧା ୩୧୭ଜଣଙ୍କୁ ସଂକ୍ରମିତ କରିସାରିଲାଣି। ପ୍ରାୟ ୬୪ ଦିନ ବ୍ୟବଧାନରେ ଜିଲ୍ଲାରେ ଦୈନିକ ୪.୯୫ରୁ ଅଧିକ ହାରରେ ବୃଦ୍ଧି ପାଇଛି ଏହି ମହାମାରୀ। ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡ଼ିଛି। ଏମଧ୍ୟରେ ୨୫ଜଣ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ଯାହାକି ଜିଲ୍ଲାରେ କରୋନା ଲଢ଼େଇକୁ ନେଇ ଚିନ୍ତା ବଢ଼େଇଛି। ସେହିପରି ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ୨୦୫ ଜଣ, ହୋମ୍ କ୍ୱାରାଣ୍ଟିନ୍ରୁ ୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜିଲ୍ଲାରୁ ଦୁଇଜଣ ବିଭିନ୍ନ ସମସ୍ୟା ଥାଇ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

publive-image Facebook

ଜିଲ୍ଲାରେ ଊଣା ଅଧିକେ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳକୁ ଏହି ମହାମାରୀ ବ୍ୟାପିସାରିଛି। ସେହିପରି ବଢ଼ିଚାଲିଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଉଛି। ସ୍ଥିତି ଏପରି ହୋଇଛି ଯେ ଜିଲ୍ଲା ସଦରମହକୁମାରେ ଥିବା କୋଭିଡ୍ କେୟାର୍ ସେଣ୍ଟର୍ରେ ଶଯ୍ୟା ସଂଖ୍ୟା ପୂରଣ ହେବା ସ୍ଥିତିରେ ରହିଛି। ଆଜିସୁଦ୍ଧା ଜିଲ୍ଲାକୁ ପ୍ରାୟ ୩୦ହଜାରରୁ ଊର୍ଧ୍ବ ପ୍ରବାସୀ ଫେରିଥିବାବେଳେ ନମୁନା ପରୀକ୍ଷା ସଂଖ୍ୟା ୬ହଜାର ୬ଶହରୁ ଅଧିକ ହେଲାଣି। ତେବେ ଅଧିକାଂଶ ସଂକ୍ରମିତ ପ୍ରବାସୀବୋଲି ଜଣାପଡ଼ିଛି। ଏହି ମହାମାରୀ ଛୋଟ ପିଲା ମହିଳା କାହାକୁ ମଧ୍ୟ ଛାଡ଼ୁନଥିବା ଜଣାପଡ଼ିଛି। ବିଶେଷକରି ୨୫-୩୫ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ନିକଟରେ କରୋନା ପ୍ରସାରର ପ୍ରବଣତା ଅଧିକ ରହିଥିବା ଜଣାପଡ଼ିଛି। ଏହି ସମୟରେ ଜିଲ୍ଲାବାସୀ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। କରୋନାକୁ ପ୍ରତିହତ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନାନା କଟକଣା ଜାରି କରାଯାଇଛି। ଚଳିତ ମାସରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍, ସମସ୍ତ ହାଟ ବନ୍ଦ ଆଦି ଭଳି ବିଭିନ୍ନ କଟକଣା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe