ମକରମନସ୍କ ହେଲା ମୟୂରଭଞ୍ଜ: ଶମୀବୃକ୍ଷ, ଭୀମକୁଣ୍ଡ, ରାମତୀର୍ଥ ଲୋକାରଣ୍ୟ

Advertisment

ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ମକରମନସ୍କ ହୋଇଛନ୍ତି ମୟୂରଭଞ୍ଜବାସୀ। ସକାଳୁ ମକର କୁମାରେ (ଶୁଖିଲା ଡାଳପତ୍ରରେ ତିଆରି କୁମା) ନିଆଁ ଲଗାଇ ପବିତ୍ର ମକର ପର୍ବକୁ ସ୍ବାଗତ କରିଛନ୍ତି। ଜିଲ୍ଲାର ସବୁଠୁ ବଡ଼ପର୍ବ ହେଉଛି ମକର।

ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ମକରମନସ୍କ ହୋଇଛନ୍ତି ମୟୂରଭଞ୍ଜବାସୀ। ସକାଳୁ ମକର କୁମାରେ (ଶୁଖିଲା ଡାଳପତ୍ରରେ ତିଆରି କୁମା) ନିଆଁ ଲଗାଇ ପବିତ୍ର ମକର ପର୍ବକୁ ସ୍ବାଗତ କରିଛନ୍ତି। ଜିଲ୍ଲାର ସବୁଠୁ ବଡ଼ପର୍ବ ହେଉଛି ମକର।

gjgdgjgdgjd

ବାରିପଦା: ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ମକରମନସ୍କ ହୋଇଛନ୍ତି ମୟୂରଭଞ୍ଜବାସୀ। ସକାଳୁ ମକର କୁମାରେ (ଶୁଖିଲା ଡାଳପତ୍ରରେ ତିଆରି କୁମା) ନିଆଁ ଲଗାଇ ପବିତ୍ର ମକର ପର୍ବକୁ ସ୍ବାଗତ କରିଛନ୍ତି। ଜିଲ୍ଲାର ସବୁଠୁ ବଡ଼ପର୍ବ ହେଉଛି ମକର। ଏଥିପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା ବେଳେ ଆଜି ପରମ୍ପରା ଅନୁଯାୟୀ ମକର କୁମା ଜାଳିବା ସହ ଜଳାଶୟରେ ବୁଡ଼ ପକାଇଛନ୍ତି। ଆଦିବାସୀ ଓ କୁଡ଼ୁମୀ ବହୁଳ ଗାଁରେ ଉତ୍ସବର ମାହୋଲ। ସବୁଘରେ ପିଠାପଣା, ନାଚଗୀତ, ଭୋଜିଭାତର ଆସର। ତେବେ କେବଳ ଆଦିବାସୀ ନୁହନ୍ତି, ଜିଲ୍ଲାର ସବୁ ବର୍ଗର ଲୋକ ଆଜିଠୁ ସପ୍ତାହେ ଯାଏ ନିଜ କର୍ମଜଞ୍ଜାଳକୁ ଭୁଲି ମକର ପାଳିବେ।

ଶମୀବୃକ୍ଷ, ଭୀମକୁଣ୍ଡ, ରାମତୀର୍ଥ ଲୋକାରଣ୍ୟ
ଜମିଲା ଟୁସୁ ମେଳା, କୁକୁଡ଼ା ଲଢ଼େଇ
ସପ୍ତାହେ ଯାଏ ନାଚଗୀତ, ଭୋଜିଭାତର ଆସର

ସେହିପରି ମକର ପାଇଁ ଆଜିଠାରୁ ବିଭିନ୍ନ ସ୍ଥାନରେ ‌ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଖାସ୍‌କରି ଯଶିପୁର ବ୍ଲକ୍‌ର ରାମତୀର୍ଥରେ ଆୟୋଜିତ ମକର ମେଳାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ସେହିପରି କପ୍ତିପଦାର ଶମୀବୃକ୍ଷ, ଠାକୁରମୁଣ୍ଡାର ଭୀମକୁଣ୍ଡ, ଜିବିନଗର ବ୍ଲକ୍‌ର କୁମ୍ଭୀରାହୁଡ଼ି, ବାଙ୍ଗିରିପୋଷିର ଦୁଆରଶୁଣି ପୀଠରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିଠାରୁ ଟୁସୁମେଢ଼ ଓ ଲାଖବିନ୍ଧା ପ୍ରତିଯୋଗିତା ସହ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରାୟ ସପ୍ତାହେ ଧରି ଏ ସମସ୍ତ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ଦୁଆରଶୁଣି ଘାଟି ମେଳା କମିଟିର ସମ୍ପାଦକ ଶ୍ରୀକାନ୍ତ ବସାଙ୍କ କହିବା ଅନୁଯାୟୀ; ଏଠାରେ ୪୦ ବର୍ଷ ଧରି ମେଳା ଆୟୋଜନ ହେଉଛି। ଏଥର ମକର ମେଳାରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରୁଛୁ। ତେବେ ମେଳା ପରିଚାଳନା ଦାୟିତ୍ବ ପ୍ରଶାସନକୁ ଦିଆଯାଇଛି। ସେହି ଅନୁସାରେ ବ୍ୟାପକ ପ୍ରସ୍ତୁତି ସରିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାରିପଦା ସଦର ଏସ୍‌ଡିପିଓଙ୍କ ନେତୃତ୍ବରେ ବାଙ୍ଗିରିପୋଷି, କୁଳିଅଣା, ଝାରପୋଖରିଆ ଥାନା ଅଧିକାରୀ ଓ ୧ ପ୍ଲାଟୁନ୍‌ ଫୋର୍ସ ମେଳାରେ ମୁତୟନ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe