ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ : ମୟୂରଭଞ୍ଜ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Advertisment
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ : ମୟୂରଭଞ୍ଜ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବାରିପଦା : ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ମୟୂରଭଞ୍ଜ ବିଜେଡି ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ସ୍ଥାନୀୟ ବିଜୁ ଭବନରେ ବିଜୁ ବାବୁଙ୍କ ଫଟୋଚିତ୍ର ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ବିଜୁ ପଟ୍ଟନାୟକ ଗୋଲେଇରେ ଥିବା ପ୍ରତିମୂର୍ତ୍ତିରେ ଦଳୀୟ ନେତାମାନେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବାରିପଦା ରେଡକ୍ରସ ରକ୍ତଭଣ୍ଡାରରେ ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୭୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

publive-image

ଜିଲ୍ଲା ସଂଯୋଜକ ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରାଜସ୍ୱ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡି, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ, ରାଜ୍ୟ ସମ୍ପାଦକ ସୁନୀଲ ଦାଶ, ବିଜୁ ଯୁବ ଜନତା ଦଳର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ବିଜେଡ଼ି ଉପସଭାପତି ଆଦିତ୍ୟ କୁମାର ପଣ୍ଡା, ଅନନ୍ତ ଦାସ, କୃଷ୍ଣ ଚନ୍ଦ୍ର ଦାସ, ପ୍ରଭାତ କୁମାର ମହାନ୍ତି, ପ୍ରଭାତ ନାୟକ, ସମାଜସେବୀ ଅମର ସେଠୀ ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ପ୍ରତି ସତର୍କ ଦୃଷ୍ଟି ଦେଇ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

publive-image

ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ସୀମା ଦାସ, ସମ୍ପା ମଜୁମ୍‌ଦାର, ଯୁବ ନେତା ଅରୁଣ ବରାଡ଼, ସୁନୀଲ ନାୟକ, ଆଶୀର୍ବାଦ ଦାସ, ରାଜାଧର ମହାପାତ୍ର, ସରୋଜ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିବା ସଂଗେସଂଗେ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ବାରିପଦା ରକ୍ତ ଭଣ୍ଡାର ମୁଖ୍ୟ ଡ. ପି କେ ଦାସଙ୍କ ସମେତ ରକ୍ତଭଣ୍ଡାର କର୍ମଚାରୀମାନେ ଏହି ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe