ଜେଲ୍‌ରୁ ମୁକୁଳିଲେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି

ଜେଲ୍‌ରୁ ମୁକୁଳିଲେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି

ବାରିପଦା : ଝାରପଡ଼ା ଜେଲ୍‌ରେ ଥିବା ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମୁକୁଳିଛନ୍ତି। ଭୁବନେଶ୍ୱର ଜିଲ୍ଲା ସେସନ୍‌ସ ଜଜ୍‌ କୋର୍ଟ ତାଙ୍କୁ ଜାମିନ୍‌ରେ ମୁକ୍ତ କରିଛନ୍ତି। ଜେଲ୍‌ରୁ ମୁକ୍ତ ହେବାପରେ ସେ ଭୁବନେଶ୍ୱରରେ ଅଛନ୍ତି। ଆସନ୍ତାକାଲି ଜିଲ୍ଲା ସଭାପତି ଡାକ୍ତର ମହାପାତ୍ରଙ୍କୁ ବେତନଟୀର ବୈଶିଙ୍ଗା ନିକଟରୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ମୟୂରଭଞ୍ଜକୁ ସ୍ୱାଗତ କରାଯିବ ବୋଲି ଜିଲ୍ଲା ବିଜେପି ସାଧାରଣ ସଂପାଦକ ଲକ୍ଷ୍ମୀଧର ହାବୋଡ଼ା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏକ ଜମି ଜାଲିଆତି ଓ ଚେକ୍‌ ବାଊନ୍‌ସ ମାମଲାରେ ଗତ ୧୮ ତାରିଖ ବିଳମ୍ବିତ ରାତିରେ କମିଶନରେଟ୍‌ ପୁଲିସ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରେ ଚଢ଼ାଉ କରି ତାଙ୍କୁ ନ ପାଇ ଖାଲି ହାତରେ ଫେରି ଯାଇଥିଲା। ମାତ୍ର ପରଦିନ ପୁଲିସ ଡାକ୍ତର ମହାପାତ୍ରଙ୍କୁ କଟକର ଚହଟାଘାଟରୁ ଗିରଫ କରିଥିଲା। ସେହିଦିନଠାରୁ ଡାକ୍ତର ମହାପାତ୍ର ଝାରପଡ଼ା ଜେଲ୍‌ରେ ଥିଲେ। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର ମହାପାତ୍ର ଭୁବନେଶ୍ୱରଠାରେ ଥିବା ନିଜ ଭାଇଙ୍କର ଏକ ଜମିକୁ ଜଣକୁ ବିକ୍ରି କରି ପୁଣି ଦ୍ଵିତୀୟବାର ଅନ୍ୟଜଣଙ୍କୁ ବିକ୍ରି କରିଥିଲେ। ମାତ୍ର ପ୍ରଥମେ କିଣିବାକୁ ଥିବା ବ୍ୟକ୍ତି ଆଡ୍‌ଭାନ୍‌ସ ଆକାରରେ ଶ୍ରୀ ମହାପାତ୍ରଙ୍କୁ ୧ କୋଟି ଟଙ୍କା ଦେଇଥିଲେ। ଡାକ୍ତର ମହାପାତ୍ର ତାଙ୍କୁ ଯେଉଁ ୧ କୋଟି ଟଙ୍କାର ଚେକ୍‌ ଦେଇଥିଲେ ତାହା ବାଉ୍‌ନସ କରିଥିଲା। ଏହି ଘଟଣା ନେଇ ଗତ ୨୦୧୨ ମସିହାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଏତଲା ଦେବାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାଟି କୋର୍ଟରେ ପରିଚାଳିତ ହୋଇଥିଲା। ଗତ ମାସ ୧୮ ତାରିଖରେ କୋର୍ଟର ୱାରେଣ୍ଟି ବଳରେ କମିଶନରେଟ ପୁଲିସ ଓ ବାରିପଦା ପୁଲିସ ଡାକ୍ତର ମହାପାତ୍ରଙ୍କ ଘରେ ଚଢ଼ାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe