image source-- live hindustan
ବାରିପଦା : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ସାଢ଼େ୩ଟାରେ ଗୃହମନ୍ତ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ । ଏହାକୁ ଭର୍ଚୁଆଲ୍ ରାଲି କୁହାଯାଉଛି। ଏହି ରାଲିରେ ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷାଧିକ କାର୍ଯ୍ୟକର୍ତ୍ତା ସାମିଲ ହେବା ନେଇ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ଆଜି ପୂର୍ବ ଜିଲ୍ଲା ସଂଗଠନ ପକ୍ଷରୁ ଅନୁଷ୍ଠିତ ଭିଡିଓ କନଫରେନ୍ସି ମାଧ୍ୟମରେ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ପୁର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଉତ୍ତର ଓଡ଼ିଶା ଜୋନ୍ ମିଡିଆ ପ୍ରଭାରୀ ସତ୍ୟଜିତ ମିଶ୍ର, ଜିଲ୍ଲା ବିଜେପି ମିଡିଆ ପ୍ରଭାରୀ ଦୀନେଶ ଦାଶ, ଉଦଳାରୁ ପ୍ରାଣକୃଷ୍ଣ ବେହେରା, ବଡ଼ସାହିରୁ ଭବାନୀ ଶଙ୍କର ସାହୁ, ବାରିପଦାରୁ ଦୀପକ କୁମାର ମଲ୍ଲିକ, ମୋରଡ଼ାରୁ ରବୀନ୍ଦ୍ର ମହାନ୍ତ, ବାଙ୍ଗିରିପୋଷିରୁ ଶିବ ପ୍ରସାଦ ବିନ୍ଧାଣୀ ପ୍ରମୁଖ ସାମିଲ ହୋଇଥିଲେ।
ଅମିତ ଶାହାଙ୍କ ଭର୍ଚୁଆଲ୍ ରାଲିରେ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ଯୋଡ଼ିବାକୁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏନେଇ ଘର ଘର ବୁଲି ୟୁଟ୍ୟୁବ୍ ମାଧ୍ୟମରେ କିପରି ରାଲିରେ ସାମିଲ୍ ହେବେ ତାହାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀ ବିଜେପି ସୋସିଆଲ ମିଡିଆ ଆକାଉଣ୍ଟ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ । ଏହି ଭର୍ଚୁଆଲ ରାଲିର ପ୍ରସାରଣ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି। ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ବାର୍ତା ଯେପରି ତୃଣମୃଳସ୍ତରରେ ପହଞ୍ଚି ପାରିବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଏହି ଭର୍ଚୁଆଲ୍ ରାଲିରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହେବେ।
Follow Us