ବାରିପଦା ପୌରାଞ୍ଚଳରେ ବଢ଼ୁଛି କରୋନା : ସଙ୍ଗରୋଧ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲପାଳ

Advertisment

ସଂକ୍ରମିତଙ୍କ ପାଖରେ ପହଞ୍ଚି ପଚାରିବୁଝିଲେ ସୁବିଧା ଅସୁବିଧା

ସଂକ୍ରମିତଙ୍କ ପାଖରେ ପହଞ୍ଚି ପଚାରିବୁଝିଲେ ସୁବିଧା ଅସୁବିଧା

ବାରିପଦା ପୌରାଞ୍ଚଳରେ ବଢ଼ୁଛି କରୋନା : ସଙ୍ଗରୋଧ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲପାଳ

ବାରିପଦା : ବର୍ତ୍ତମାନ ସମୟରେ ବାରିପଦା ପୌରାଞ୍ଚଳରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି। ସେହି ଅନୁସାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଅଧିକାଂଶ ଆକ୍ରାନ୍ତଙ୍କର ବିଶେଷ କୌଣସି ଲକ୍ଷଣ ଦେଖାଯାଉନଥିବାରୁ ସେମାନେ ସଙ୍ଗରୋଧରେ ରହି ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି। ପ୍ରଶାସନ ମଧ୍ୟ ଏନେଇ ସହମତି ପ୍ରଦାନ କରିଛି। କୋଭିଡ୍ ମାର୍ଗଦର୍ଶୀକା ଅନୁସାରେ ବହୁ ସଂକ୍ରମିତ ନିଜ ନିଜ ଘରେ ସଂଗରୋଧରେ ରହି ସ୍ୱତନ୍ତ୍ର ମେଡିକାଲ ଟିମ ଦ୍ୱାରା ଚିକିତ୍ସିତ ହେଉଛନ୍ତି ।

publive-image

ବାରିପଦା ପୌରାଞ୍ଚଳରେ ସଙ୍ଗରୋଧରେ ରହି କୋଭିଡ ଗାଇଡଲାଇନ ଆଧାରରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମେଡିକାଲ ଟିମ ସହିତ ଗସ୍ତ କରି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ କୋଭିଡ୍ ମାର୍ଗଦର୍ଶିକା ଗାଇଡ୍ ଲାଇନ ଅନୁପାଳନ ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ସେବା ଚିକିତ୍ସା ସୁବିଧା ପରିଚଳନା ସପର୍କରେ ବିଭାଗୀୟ ଟିମ କର୍ମକର୍ତ୍ତାମାନଙ୍କୁ ଦିଗଦର୍ଶନ ଦେଇଥିବାର ଜଣାଯାଇଛି । ଏହି ପରିଦର୍ଶନ ସମୟରେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ସିଡିଏମଓ ଡ. ରୂପଭାନୁ ମିଶ୍ର ଏବଂ ସମ୍ପୃକ୍ତ ସ୍ୱାସ୍ଥ୍ୟ ଟିମର ଅଧିକାରୀ ତଥା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe