ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଲାଞ୍ଚ ନେଉଥିଲେ ୧ ଲକ୍ଷ୧୦ ହଜାର ଟଙ୍କା

Advertisment

ଦୁଇଟି ମତ୍ସ୍ୟ ପ୍ରକଳ୍ପ ମଞ୍ଜୁର ପାଇଁ ନେଉଥିଲେ ଲାଞ୍ଚ

ଦୁଇଟି ମତ୍ସ୍ୟ ପ୍ରକଳ୍ପ ମଞ୍ଜୁର ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଲାଞ୍ଚ ନେଉଥିଲେ ୧ ଲକ୍ଷ୧୦ ହଜାର ଟଙ୍କା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ ଆଜି ସନ୍ଧ୍ୟା ପ୍ରାୟ ୭.୪୫ରେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସହିତ ବାରିପଦା ଭିଜିଲାନ୍‌ସର ଏକ ଟିମ୍‌ ଶ୍ରୀ ଘଡ଼େଇଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରୁ ଧରିଥିଲେ। ବାରିପଦା ସହରର ଧ୍ରୁଜଟି ଦାସଙ୍କ ନିକଟରୁ ଏହି ଟଙ୍କା ଲାଞ୍ଚ ଆକାରରେ ନେବା ବେଳେ ଶ୍ରୀ ଘଡ଼େଇ ଧରାହୋଇଛନ୍ତି। ଅଭିଯୋଗକାରୀଙ୍କୁ ହ୍ୟାଚେରୀ ପ୍ରକଳ୍ପ ମାଧ୍ୟମରେ ମାଛ ଚାଷ ନିମନ୍ତେ ୱାର୍କ ଅର୍ଡର ଜାରି କରିବା ଏବଂ ବାୟୋଫ୍ଲକ୍‌ ଯୋଜନାରେ ମିଳିବାକୁ ଥିବା ସରକାରୀ ସହାୟତା ରାଶି ମଞ୍ଜୁର କରିବା ନିମନ୍ତେ ମତ୍ସ୍ୟ ଅଧିକାରୀ ନଗଦ ୧ଲକ୍ଷ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ବାରିପଦା ଭିଜିଲାନ୍‌ସ ଡିଏସ୍‌ପି ଶରତ ମହାପାତ୍ରଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ କେସ୍‌ ନଂ-୩/୨୦୨୧ ମୂଳେ ଧାରା ୭ ପିସି(ଆମେଣ୍ଡ୍‌ମେଣ୍ଟ୍‌) ଆକ୍ଟ୍‌ ୨୦୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe