ନଭେମ୍ବର ୨୦ରୁ ମୟୂରଭଞ୍ଜ ମହୋତ୍ସବ

Advertisment
ନଭେମ୍ବର ୨୦ରୁ ମୟୂରଭଞ୍ଜ ମହୋତ୍ସବ

ବାରିପଦା: କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ଥିବା ମୟୂରଭଞ୍ଜ ମହୋତ୍ସବ ଚଳିତ ବର୍ଷ ଆୟୋଜିତ ହେବ। ଆସନ୍ତା ନଭେମ୍ବର ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସାଇ ବିନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଦିବସରେ କାର୍ନିଭାଲ ସୋ, ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରା ପ୍ରଦର୍ଶନ, କୁଡୁମାଲୀ କଳା ପ୍ରଦର୍ଶନ ସହ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୋତ୍ସବ କମିଟି ସଭାପତି ଅସିତ ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମହୋତ୍ସବର ପରିଚାଳନା ପାଇଁ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଓ କଳିଙ୍ଗ କେଶରୀ ଜେନାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସଞ୍ଜୟ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି ଓ ସୁଜିତ ମହାନ୍ତି ଉପସଭାପତି, ତାପସ ସରଗରିଆ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅମିତାଭ ସାହୁ, ସଞ୍ଜୟ ଅଗ୍ରୱାଲା ସହ ସମ୍ପାଦକ, ଦକ୍ଷିଣା ମହାନ୍ତ ଓ ଇଂ.ରମଜାନ ବେଗ ସମ୍ପାଦକ, ମାନସ ପତି ଓ କୁମାରେଶ ନାୟକ କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି। ଏହି ବୈଠକରେ ସଞ୍ଜୀବ ଦ୍ବିବେଦୀ, ଉମେଶ ପଟ୍ଟନାୟକ, ବିପ୍ଳବ ବାରିକ, ବିପ୍ଳବ ବୁଗୁଡେଇ, ତାପସ ପାଢୀ, ଶୁଭେନ୍ଦୁ ସାହୁ, ପ୍ରସନ୍ନ ମହାପାତ୍ର, ଲଡ଼ୁ କିଶୋର ରଣା, ଫାଲ୍‌ଗୁନି ମହାନ୍ତି, ଅସିତ ଗିରି, ଉମେଶ ସାହୁ, ସତ୍ୟ ସ୍ୱରୂପ ଦାଶ, ଜିତେନ୍ଦ୍ର ହେମ୍ବ୍ରମ, ସତ୍ୟଜିତ ସୋମ, ନିମାଇଁ ତ୍ରିପାଠୀ, ମୂର୍ଚ୍ଛନା ଦାସପଟ୍ଟନାୟକ, ସତ୍ୟମ ପାଣି, ରାଜୀବ ଜେନା, ପିଣ୍ଟୁ ମାଇତି, ରାକେଶ ବେହେରା, ଅରୁଣ ବରାଡ଼, ଶିବୁ ରଣା, ସୁନୀଲ ନାୟକ, ଶ୍ରବଣ ଗୋପ, କାବେରୀ ମିଶ୍ର, ପାର୍ବତୀ ବାରିକ, ରବିନ ମହାନ୍ତି, ଏସ୍‌କେ ରାଜାଖାନ, ଧିରେନ ରାୟ, ଗଣେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe