ରାଇରଙ୍ଗପୁର: ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୂର୍ବରୁ ଘୋଷଣା କରାଯାଇଥିବା ଗ୍ରୀଷ୍ମଛୁଟି ଆଜି ଶେଷ ହୋଇଛି। ଅର୍ଥାତ ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି (ଜୁନ୍ ୧୮ ତାରିଖ) ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଓ ଅଙ୍ଗନବାଡ଼ିଗୁଡ଼ିକ ଖୋଲିବ। କିନ୍ତୁ ଏବେବି ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଥିବାରୁ ପିଲାମାନେ ପାଠପଢ଼ି ଗଲେ ଅସୁବିଧାର ସାମ୍ନା କରିପାରନ୍ତି। ଏଣୁ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଛୁଟି ଅବଧିକୁ ବଢ଼ାଇବା ପାଇଁ ମୟୂରଭଞ୍ଜର ନବନିର୍ବାଚିତ ସାଂସଦ ନବ ଚରଣ ମାଝୀ ଦାବି କରିଛନ୍ତି। ବର୍ତ୍ତମାନ ମଧ୍ୟ ୪୦ ଡ଼ିଗ୍ରିରୁ ଊର୍ଦ୍ଧ୍ବ ତାପମାତ୍ରାରେ ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ ବୋଲି ସେ କହିଛନ୍ତି। ଏଥିପାଇଁ ଅଧିକ ୭ ଦିନ ଛୁଟି ବଢ଼ାଇବା ପାଇଁ ଓଡିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଫୋନ ଯୋଗେ ଅନୁରୋଧ କରିଛନ୍ତି।
ଅନ୍ୟପଟରେ ପାଗ ପରିବର୍ତ୍ତନ ନହେଲେ ତାଙ୍କ ଅନୁରୋଧ ବିଚାରକୁ ନେଇ ଛୁଟି ଅବଧି ପୁଣି ବଢାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Follow Us