ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ୧୫ ଦିନରେ ସାର, ନଚେତ ଗଣଧାରଣା; ରାଜସ୍ୱ ମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା

ବିଭିନ୍ନ ରାଜ୍ୟ ସହ ଚାଲିଥିବା ସୀମା ବିବାଦର ଆପୋସ ବୁଝାମଣାରେ ସମାଧାନର ବାଟ ଖୋଲିବ : ମନ୍ତ୍ରୀ

New Indian Express

ବାରିପଦା : ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ପ୍ରସଙ୍ଗକୁ ନେଇ ମୟୂରଭଞ୍ଜ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ)ର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ନିକଟରୁ ୪୨୩ ଜଣ ଶିକ୍ଷକ ପଞ୍ଚମ ବର୍ଗରୁ ୪ର୍ଥ ବର୍ଗକୁ ପଦୋନ୍ନତି ପାଇବା ଏବଂ ସେମାନଙ୍କ ସ୍ଥାନରେ ‘ଏ’ରୁ ‘ବି’କୁ ସମାନ ସଂଖ୍ୟକ ଶିକ୍ଷକମାନଙ୍କୁ ନିଯୁକ୍ତି ନେଇ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଡ଼ାକି ଶିକ୍ଷକମାନଙ୍କର ପଦୋନ୍ନତି କିପରି ଶୀଘ୍ର ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବା ପ୍ରକାଶ।

ଏହାପରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଭବନରେ ଜିଲ୍ଲା ସଂଘର କର୍ମକର୍ତ୍ତା ଓ ଜିଲ୍ଲାର ୨୬ଟି ବ୍ଲକର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ପଦୋନ୍ନତିରେ ବିଳମ୍ବକୁ ନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ଏଥି ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟା ଆସନ୍ତା ୧୫ ଦିନ ମଧ୍ୟରେ ଚୁଡ଼ାନ୍ତ କରାଇ ନ ପାରିଲେ ସଂଘ ଗଣଧାରଣା ଓ ଅନଶନରେ ବସିବାକୁ ବାଧ୍ୟ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

ଆଜିର ଏହି ବୈଠକରେ ସଂଘର ସଭାପତି ହରେକୃଷ୍ଣ ବାରିକ, ସମ୍ପାଦକ ରାଜେନ୍ଦ୍ର ମହାନ୍ତ, କୋଷାଧ୍ୟକ୍ଷ ଗୌରଗୋପାଳ ଲେଙ୍କା, ରାଜ୍ୟ କର୍ମକର୍ତ୍ତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ଓ ଭବେଶ ପାଣିଗ୍ରାହୀ, ଗଦାଧର ନାୟକ, ପ୍ରଦୀପ କୁମାର ନାଥ, ଧୀରେନ୍ଦ୍ର ଭଞ୍ଜଦେଓ, ଅଜୟ କୁମାର ବାରିକ, ଶିବ ନାରାୟଣ ମହାନ୍ତ, ସିଦ୍ଧେଶ୍ୱର ମିଶ୍ର, ବ୍ୟୋମକେଶ ଦତ୍ତ, ଅନୀଲ କୁମାର ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଶରତ କୁମାର ମହାନ୍ତ, ଅଜୟ କୁମାର ମହାନ୍ତ, ସୂର୍ଯ୍ୟ ସେଠୀ, ଭଗିରଥ ପରିଡ଼ା, ଚିରଞ୍ଜିବୀ ବେହେରା, ସୁଧାଂଶୁ ଦାସ, ଅଜିତ ଭଞ୍ଜଦେଓ, ସପନ କୁମାର ବେହେରା, ସଂଘର ଉପଦେଷ୍ଟା ଯାମିନୀକାନ୍ତ ପଣ୍ଡା ଓ ଶ୍ୟାମଲ ମହାନ୍ତି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ସଂଘର ନିଷ୍ପତ୍ତି ଓ ଦାବି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe