ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ମୟୂରଭଞ୍ଜ ରାଜମାତାଙ୍କ ପରଲୋକ

Advertisment
ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ମୟୂରଭଞ୍ଜ ରାଜମାତାଙ୍କ ପରଲୋକ

ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ଝିଅ ଓ ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୂ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୨ରେ ସେ ମୟୂରଭଞ୍ଜର ମହାରାଜାଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe