ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ଉଠାଇବା ଦାବିରେ ରାସ୍ତା ଅବରୋଧ

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ଉଠାଇବା ଦାବିରେ ରାସ୍ତା ଅବରୋଧ

Photo: Sambad. in

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରି ନେବାକୁ ଦାବି କରି ଗୁରୁବାର ପୂର୍ବାହ୍ନରେ ଗରଡ଼ା ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁଠାରେ ସବାଇଘାସ ଚାଷୀମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ।

ପ୍ରାୟ ୧୦୦ ସରିକି ଚାଷୀ ସବାଇଘାସ ସହ ବାଲେଶ୍ୱର-ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଥିଲେ।

ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତା ଅବରୋଧ ହଟାଇବା ସହ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe