ଗର୍ଭବତୀଙ୍କୁ ୩ କିଲୋମିଟର ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ

ଗର୍ଭବତୀଙ୍କୁ ୩ କିଲୋମିଟର ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ

ଉଦଳା: ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀଙ୍କୁ ପୁଲିସ ୪ ଘଣ୍ଟା ଥାନାରେ ଅଟକ ରଖିଥିବା ଓ ତାଙ୍କ ଗର୍ଭବତୀ ସ୍ତ୍ରୀ ଚାଲିଚାଲି ଆସିବା ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ, ସ୍ତ୍ରୀଙ୍କ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀଙ୍କୁ ପୁଲିସ ୪ ଘଣ୍ଟା ଥାନାରେ ଅଟକ ରଖିଥିବା ଓ ତାଙ୍କ ଗର୍ଭବତୀ ସ୍ତ୍ରୀ ଚାଲିଚାଲି ଆସିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସ୍ତ୍ରୀଙ୍କୁ ରାସ୍ତାରେ ଛାଡ଼ି ସ୍ୱାମୀଙ୍କୁ ଥାନାକୁ ନେଇଯାଇଥିଲା ପୁଲିସ । ଫଳରେ ପ୍ରାୟ ୩ କିଲୋମିଟର ଚାଲିଚାଲି ଯାଇଥିଲେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ । ମୟୂରଭଞ୍ଜ ଶରତ ଥାନା ଅଞ୍ଚଳରେ ହେଲମେଟ ଚେକିଂ ଚାଲିଥିବାବେଳେ ସ୍ଥାନୀୟ ନୋଟ ପଞ୍ଚାୟତର ବିକ୍ରମ ବୁରୁଲି ନିଜର ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଉଥିଲେ । ସ୍ୱାମୀଙ୍କ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ଥିଲା । ହେଲେ ସ୍ତ୍ରୀଙ୍କ ମୁହଁରେ ମାସ୍କ ଥିଲେ ମଧ୍ୟ ମୁଣ୍ଡରେ ହଲମେଟ ନଥିଲା ।

ଏହାପରେ ପୁଲିସ ତାଙ୍କୁ ଧରି ଫାଇନ କାଟିବା ପରେ ପାଖରେ ପଇସା ନଥିବାରୁ ସେ ଅନଲାଇନରେ ପୈଠ କରିଦେବେ ବୋଲି ଅନୁରୋଧ କରିଥିଲେ। ଏଥିରେ ପୁଲିସ ରାଜି ହୋଇନଥିଲା ଆଉ ତାଙ୍କୁ ସେଠାରୁ ଥାନାକୁ ନେଇ ଯାଇଥିଲା। ସ୍ତ୍ରୀ ଗର୍ଭବତୀ ଥିବା ଜାଣିସୁଦ୍ଧା ତାଙ୍କୁ ସେଠାରେ ଛାଡ଼ି ଚାଲିଯାଇଥିଲା ପୁଲିସ । ପରେ ସେ ୩ କିଲୋମିଟର ଚାଲିଚାଲି ଯାଇଥିଲେ। ଏନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ଏସଡିପିଓଙ୍କୁ ଲିଖିତ ଭାବେ ଜଣାଇବା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe