ମୟୂରଭଞ୍ଜ : ୯ ବିଧାନସଭା କ୍ଷେତ୍ରରେ ‘ନୋଟା’କୁ ମିଳିଲା ୧୮,୩୯୩ ଭୋଟ

Advertisment
ମୟୂରଭଞ୍ଜ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଜୟ ପରାଜୟକୁ ପ୍ରଭାବିତ କରିଛି ‘ନୋଟା’। ୯ ବିଧାନସଭା ଆସନରେ ନୋଟା ସପକ୍ଷରେ ମୋଟ ୧୮,୩୯୩ ଖଣ୍ଡ ମତ ପଡ଼ିଛି। ଉଦଳା ବିଧାନସଭା ଆସନରେ ନୋଟା ସପକ୍ଷରେ ୨୨୭୧ ଖଣ୍ଡ ମତ ଯାଇଛି। ଯାହାକି ମୋଟ ମତଦାନର ୧.୪୮ ପ୍ରତିଶତ। ଏଠାରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ୧୪୩୩ ଭୋଟ ବ୍ୟଧାନରେ ବିଜୟୀ ହୋଇଛନ୍ତି। ମାତ୍ର ନୋଟା ସପକ୍ଷରେ ଯାଇଛି ୨୨୭୧ ଖଣ୍ଡ ଭୋଟ। ସେହିପରି ଯଶିପୁର ବିଧାନସଭା ଆସନରେ ନୋଟା ସପକ୍ଷରେ ୨୦୪୪ ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ସାରସକଣାରେ ୨୨୦୬, ରାଇରଙ୍ଗପୁରରେ ୨୧୧୪, ବାଙ୍ଗିରିପୋଷିରେ ୨୦୨୭, କରଞ୍ଜିଆରେ ୧୯୮୯, ମୋରଡ଼ାରେ ୧୫୫୬, ବଡ଼ସାହିରେ ୧୮୬୧ ଓ ବାରିପଦା ଆସନରେ ୨୩୨୫ ଜଣ ନୋଟା ସପକ୍ଷରେ ମତ ରଖିଛନ୍ତି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମଧ୍ୟ ନୋଟା ସପକ୍ଷରେ ୨୧ହଜାର ୩୫୭ ଖଣ୍ଡ ମତ ପଡ଼ିଛି। ଏତେ ସଂଖ୍ୟକ ଭୋଟର ପ୍ରାର୍ଥୀଙ୍କୁ ଭୋଟ୍‌ ନ ଦେଇ ନୋଟା ସପକ୍ଷରେ ମତଦାନ କରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ। ବିଭିନ୍ନ ରାଜନୈତିକ ଦଳରୁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନାପସନ୍ଦ ଏବଂ ସଚେତନତାର ଅଭାବ କାରଣରୁ ଏପରି ହୋଇଥିବା ମତ ପ୍ରକାଶ ପାଇଛି। ତେବେ କାରଣ ଯାହା ବି ହୋଇ ଥାଉନା କାହିଁକି ଚଳିତ ନିର୍ବାଚନ ଭଳି ନିର୍ଣ୍ଣାୟକ ଲଢ଼େଇରେ ଅଧିକ ସଂଖ୍ୟକ ମତ ନୋଟା ସପକ୍ଷରେ ନଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଯିବା ସୁସ୍ଥ ନିର୍ବାଚନୀ ବାତାବରଣର ଲକ୍ଷଣ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe