ଏମ୍‌ବିଏ ଡିଗ୍ରିଧାରୀଙ୍କ ଆତ୍ମହତ୍ୟା

Advertisment
ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ପଥରରେ ଛେଚି ବାପାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା

millenniumpost.in

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଭରତପୁର ଦୁର୍ଗାମାଧବ ନଗରରେ ଜଣେ ଏମ୍‌ବିଏ ଡିଗ୍ରିଧାରୀ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳର ସାକିଲ୍‌ ଅନ୍‌ସାରୀଙ୍କ ପୁଅ ମହମ୍ମଦ ଶାହାରୁଖ୍‌ ରାଜା(୨୩)। ସୋମବାର ସକାଳୁ ପୁଲିସ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥ‌ାରେ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁସାରେ ରାଜା ଏମ୍‌ବିଏ ପାସ୍ କରିବା ପରେ ଚାକିରି ଖୋଜୁଥିଲେ। ଗତ କିଛି ଦିନ ହେଲେ ସେ ଓ ତାଙ୍କ ମାଉସୀ ପୁଅ ମହମ୍ମଦ ମହସିନ୍‌ ବିଲା ଏକାଠି ଦୁର୍ଗାମାଧବ ନଗର ପ୍ଲଟ ନମ୍ବର୧୪୬୬/୨୫୯୬ରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ ଦୁଇ ଭାଇ ଖାଇ ସାରି ଶୋଇଥିଲେ। ଆଜି ସକାଳୁ ବିଲା ଉଠିବା ପରେ ରାଜାଙ୍କ ମୃତଦେହ ସିଡ଼ି ନିକଟରେ ଝୁଲୁଥିବା ଦେଖିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଓ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସୂଚନାନୁସାରେ ଭଲ ଛାତ୍ର ହୋଇଥିବା ସତ୍ତ୍ବେ ବର୍ଷକ ତଳୁ ଏମ୍‌ବିଏ ପାସ୍ କରିବା ପରେ ମଧ୍ୟ ଚାକିରି ନପାଇ ରାଜା ଘୋର ମାନସିକ ଚାପରେ ଥିଲେ। ତେଣୁ ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe