ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା: ପ୍ରଥମ ପର୍ଯ୍ୟାୟରେ ୧୪୬୬ ସିଟ୍‌ ଆଲଟ

Advertisment
ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା: ପ୍ରଥମ ପର୍ଯ୍ୟାୟରେ ୧୪୬୬ ସିଟ୍‌ ଆଲଟ

ଭୁବନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଶନିବାର ଦିନ ପ୍ରଥମ ପର୍ଯ୍ୟାୟ ଅଲଟ୍‌ମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ ୧୪୬୬ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ସିଟ୍‌ ଦିଆଯାଇଛି। ଫେବ୍ରୁଆରି ୭ରୁ ୧୨ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ରିପୋର୍ଟିଂ କରିପାରିବେ କିମ୍ବା ଉକ୍ତ ଦିନ ରାତି ୮ଟା ସୁଦ୍ଧା ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ।

ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ଥିବା ସିଟ୍‌ ସମ୍ପର୍କରେ ୧୪ ତାରିଖରେ ଓଜେଇଇ ୱେବସାଇଟ୍‌ରେ ଉଲ୍ଲେଖ ହେବ। ୧୫ ଓ ୧୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଓ ଅନ୍‌ଲାଇନ୍‌ ଆବେଦନ ଏବଂ ଅନ୍‌ଲାଇନ୍‌ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିପାରିବେ। ଚଳିତ ବର୍ଷ ମୋଟ ୧୪୬୬ ସିଟ୍‌ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ଏମ୍‌ବିବିଏସ୍‌ରେ ୧୩୧୨ ଓ ବିଡିଏସ୍‌ରେ ୧୫୪ ସିଟ୍‌ ରହିଛି। ୪୭୬୬ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ଉକ୍ତ ସଂଖ୍ୟକ ପିଲା ରାଜ୍ୟ ମେଧା ତାଲିକାରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe