ଏମ୍‌ବିବିଏସ୍‌ ଓ ବିଡିଏସ୍‌ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

Advertisment

୧୦ ଯାଏ ପଞ୍ଜୀକରଣ, ୧୮ରେ ଚୂଡ଼ାନ୍ତ ମେଧା ତାଲିକା

୧୦ ଯାଏ ପଞ୍ଜୀକରଣ, ୧୮ରେ ଚୂଡ଼ାନ୍ତ ମେଧା ତାଲିକା

ଏମ୍‌ବିବିଏସ୍‌ ଓ ବିଡିଏସ୍‌ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

The Sunday Guardian

ଭୁବନେଶ୍ବର : ଓଡ଼ିଶାରେ ଥିବା ମେଡ଼ିକ‌ାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ଆବେଦନ, ଫି’ ଡିପୋଜିଟ୍‌, ଡକ୍ୟୁମେଣ୍ଟ୍‌ ଦାଖଲ ପ୍ରକ୍ରିୟା ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୧ରୁ ୧୨ ମଧ୍ୟରେ ଅନ୍‌ଲାଇନ୍‌ ଯାଞ୍ଚ ସମୟରେ ଯଦି ଆବଶ୍ୟକତା ପଡ଼ିବ, ତେବେ ଛାତ୍ରଛାତ୍ରୀଙ୍କୁ ଫୋନ୍‌ ଯୋଗେ ପଚରା ଯାଇପାରେ। ୧୫ ତାରିଖ ସନ୍ଧ୍ୟାରେ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ କରାଯିବ। ମେଧା ତାଲିକାରେ ଯଦି କୌଣସି ସମସ୍ୟା ଥିବ, ତେବେ ୧୬ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କଠାରୁ ଗ୍ରହଣ କରାଯିବ। ୧୮ ତାରିଖରେ ଚୂଡ଼ାନ୍ତ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ସମ୍ପୂର୍ଣ୍ଣ କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ନିର୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଏନ୍‌ଇଇଟି(ୟୁଜି)ରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଭାଗ ନେଇ ପାରିବେ। ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମର ରାଜ୍ୟ କୋଟାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ରାଜ୍ୟ ବାହାର ଛାତ୍ରଛାତ୍ରୀ କେବଳ ଏନ୍‌ଆରଆଇ କୋଟା ଲାଗି ଆବେଦନ କରିବେ। ପଞ୍ଜୀକରଣ ପୂର୍ବରୁ ପ୍ରାର୍ଥୀମାନେ କେଉଁ କୋଟାରେ ନାମଲେଖା ଲାଗି ଯୋଗ୍ୟ ତାହା ଜାଣିବା ଆବଶ୍ୟକ। ମେଡିକାଲ କାଉନସେଲିଂ କମିଟି(ଏମ୍‌ସିସି) ଦ୍ବାରା ହେବାକୁ ଥିବା କେନ୍ଦ୍ରୀୟ କାଉନସେଲିଂ ପ୍ରକ୍ରିୟା ପରେ ସମ୍ପୂର୍ଣ୍ଣ କାଉନସେଲିଂ ତଥ୍ୟ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe