ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ତୃତୀୟ ମହଲାରୁ ଡେଇଁ ଗୁରୁତର

Advertisment
ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ତୃତୀୟ ମହଲାରୁ ଡେଇଁ ଗୁରୁତର

sarv jankari

ସମ୍ବଲପୁର: ବୁର୍ଲା ଭିମସାରରେ ଜଣେ ଏମବିବିଏସ୍ ଛାତ୍ରୀ ତୃତୀୟ ମହଲାରୁ ଡେଇଁ ଗୁରୁତର ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ହୋଇଥିବା ଛାତ୍ରୀଜଣକ ଏମବିବିଏସ୍ ପ୍ରଥମବର୍ଷ ଛାତ୍ରୀ  ବୋଲି ସୂଚନା ମିଳିଛି। ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାଯାଇଛି।କୌଣସି କାରଣରୁ ମାନସିକ ଅବସାଦଗ୍ରସ୍ତ ହୋଇ ବୁର୍ଲା ଭିମସାରର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡାଙ୍କ ସୂଚନା କ୍ରମେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ରହୁଥିବା ସାବିତ୍ରୀ ଛାତ୍ରାବାସର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡାକ୍ତରଖାନାର ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପରବର୍ତ୍ତୀ ସମୟରେ ତାଙ୍କ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ତାଙ୍କର ଛାତି ଏବଂ ଦୁଇ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ଅସ୍ଥିଶଲ୍ୟ ବିଭାଗକୁ ନେଇ ପ୍ଲାଷ୍ଟର କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe