ଭିମସାରରେ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ

Advertisment
ଭିମସାରରେ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷା ସ୍ଥଗିତ

ବୁର୍ଲା: ଭିମସାରରେ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆଗାମୀ ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦେଶକ ଲଳିତ ମେହେର। ମେଡିକାଲ୍ କଲେଜର ୩୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବଂ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବଲପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାରରେ ଏମବିବିଏସ୍ ପରୀକ୍ଷା ସ୍ଥଗିତ ରଖିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଭିମସାରରେ ବିଗତ ଦିନରେ ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ତେବେ ଆଗାମୀ ଦିନରେ ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ୍ ହେବା ପରେ ପୁଣି ଏମବିବିଏସ୍ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି।

publive-image sarv jankari

ଏଣେ ଭିମସାରର ୩ ଡାକ୍ତର ଏବଂ ୮ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଭିମସାରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି। ପାଞ୍ଚ ଦିନ ମଧ୍ୟରେ ୩୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ଥିବା ବେଳେ ଡାକ୍ତରଖାନାରୁ ପୁଣି ୩ ବରିଷ୍ଠ ଡାକ୍ତରଙ୍କ ସମେତ ୮ ଜଣ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଆଜି ଡାକ୍ତରଖାନାରେ ୧୧୮ଜଣ ରୋଗୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ହୋଇଥିବା ବେଳେ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ନୂତନ ଭାବେ ଦ୍ଵିତୀୟ କୋଭିଡ୍‌ ହସ୍ପିଟାଲରେ ୬୦ ଷ୍ଟାଫ ନର୍ସ, ୪୦ ଅଟେଣ୍ଡାଣ୍ଟ ଓ ଦୁଇ ଜଣ ଟେକ୍‌ନିସିଆନ୍‌ ଯୋଗ ଦେଇଛନ୍ତି ବୋଲି ହସ୍ପିଟାଲ୍‌ ଇନଚାର୍ଜ ଡା. ୱାଇ ପି ସାହୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଦ୍ବିତୀୟ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୫୨ ଥିବା ବେଳେ ୧୧ ଜଣ
ଆଇସିୟୁରେ ଅଛନ୍ତି। ୧୩ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ୫୨ ଜଣ ରୋଗୀଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଥିବା ବେଳେ ୨୯ ଜଣ ମହିଳା ଅଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରି ବିଭାଗର ୫ ରୋଗୀ ପ୍ରଥମ କୋଭିଡ୍‌ ହସ୍ପିଟାଲରେ ଅଛନ୍ତି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe