ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ସେବା କରିବାକୁ ପ୍ରସ୍ତାବ

ଡିଏମ୍‌ଇଟିଙ୍କ ସହ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ଗଠନ ହେଲା ନୂତନ ସଂଘ

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

କଟକ : କରୋନା ମୁକାବିଲା ପାଇଁ ଯଦି ରାଜ୍ୟରେ ଅଧିକ ଡାକ୍ତରଙ୍କ ଆବଶ୍ୟକତା ପଡ଼େ, ତା'ହେଲେ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ପଢୁଥିବା ୪ର୍ଥ ଓ ଶେଷବର୍ଷର ଡାକ୍ତରୀ ଛାତ୍ରଛାତ୍ରୀ ରୋଗୀଙ୍କ ସେବା କରିବାକୁ ଆଗେଇ ଆସିବେ। ତେଣୁ ମେଡିକାଲ କଲେଜ ହଷ୍ଟେଲକୁ କ୍ବାରେଣ୍ଟିନ୍‌ ହୋମ କରା ନଯାଉ ବୋଲି ସେମାନେ କହିଛନ୍ତି।

ଗୁରୁବାର ରାଜ୍ୟର ସମସ୍ତ ମେଡିକାଲ କଲେଜର ଡାକ୍ତରୀଛାତ୍ରଙ୍କ ପ୍ରତିନିଧିମାନେ ଏକାଠି ହୋଇ ଅଲ୍‌ ଓଡିଶା ଡାକ୍ତରୀ ଛାତ୍ରସଂଘ ନାମକ ଏକ ସଂଘ ଗଢିଛନ୍ତି। ଏଥିସହ ସେମାନଙ୍କ ଦାବି ସଂପର୍କରେ ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଇମେଲ ଜରିଆରେ ସେମାନଙ୍କ ପ୍ରସ୍ତାବ ପଠାଇଛନ୍ତି। କରୋନା ମୁକାବିଲା ଓ ଚିକିତ୍ସା ସଂପର୍କରେ ତାଲିମ୍‌ ଦେବା ପାଇଁ ସେମାନେ ଦାବି ରଖିଥିବା ସଂସଦର ସଭାପତି ତଥା ଏସ୍‌ସିବି ମେଡିକାଲ କଲେଜ ଛାତ୍ରସଂସଦର ପୂର୍ବତନ ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ୍ କଲେଜର ଛାତ୍ର ସଂସଦର ପ୍ରତିନିଧି ଏବଂ ପୂର୍ବତନ ପ୍ରତିନିଧିମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିଥିଲେ। କରୋନା ମୁକାବିଲା ନେଇ ସେମାନଙ୍କ ଆଗାମୀ ଦିନର ପଦକ୍ଷେପ ସଂପର୍କରେ ଆଲୋଚନା କରିବା ସହ ସମସ୍ତ ସରକାରୀ ମେଡିକାଲ କଲେଜକୁ ନେଇ 'ଅଲ୍ ଓଡିଶା ଡାକ୍ତରୀ ଛାତ୍ର ସଂଘ ମଧ୍ୟ ଗଠନ କରିଛନ୍ତି। ଉକ୍ତ ସଂଘର ସଭାପତି ଭାବେ ଏସ୍‌ସିବି ମେଡିକାଲର ଛାତ୍ରସଂସଦର ପୂର୍ବତନ ସଭାପତି ଡାକ୍ତର ଦୀପକ କୁମାର ସାମଲଙ୍କୁ, ଏମ୍‌କେସିଜି ମେଡିକାଲ୍ କଲେଜର ଛାତ୍ର ସଂସଦର ପୂର୍ବତନ ସଭାପତି ଡାକ୍ତର ସେକ୍‌ ଗୁଲସନ୍ ସୋହେଲଙ୍କୁ ସମ୍ପାଦକ ଏବଂ ଭିମ୍‌ସାର ଛାତ୍ରସଂସଦର ପୂର୍ବତନ ସଭାପତି ଡାକ୍ତର ଦେବକୀନନ୍ଦନ ସେନାପତିଙ୍କୁ ଉପ-ସଭାପତି ଭାବେ ଚୟନ କରାଯାଇଛି। ତାଛଡ଼ା, ସମସ୍ତ ସରକାରୀ ମେଡିକାଲ୍ କଲେଜର ବର୍ତ୍ତମାନ ଛାତ୍ରସଂସଦର ସଭାପତିମାନଙ୍କୁ କାର୍ଯ୍ୟନିର୍ବାହୀ ମେମ୍ବର ରଖାଯାଇଛି। କରୋନା ମୁକାବିଲା ସହିତ ସମସ୍ତ ସରକାରୀ ମେଡିକାଲ୍ କଲେଜ ଏମ୍‌ବିବିଏସ ଛାତ୍ରଛାତ୍ରୀମାନଙ୍କ ଆଗାମୀ କାର୍ଯ୍ୟସୂଚୀକୁ ନେଇ ଲାଗି ରହିଥିବା ବ୍ୟସ୍ତତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe