କଟକ : ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ୨୫୦ ଏମ୍ବିବିଏସ୍ ସିଟ୍କୁ ସ୍ବୀକୃତି ମିଳିଛି। ୨୦୧୮ରୁ ୫ ବର୍ଷ ପର୍ଯ୍ୟନ୍ତ ଏହି ସ୍ବୀକୃତି କାଏମ ରହିବ ଏବଂ ତା’ ପରେ ଏହାର ସମୀକ୍ଷା କରାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଡିନ୍ ତଥା ପ୍ରିନ୍ସିପାଲଙ୍କୁ ଚିଠି ମିଳିଛି। ମେଡିକାଲ୍ କାଉନସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏସସିବିରେ ୧୫୦ ଏମ୍ବିବିଏସ୍ ସିଟ୍ରେ ନାମ ଲେଖା ଯାଉଥିବା ବେଳେ ଏହାକୁ ୨୫୦କୁ ବୃଦ୍ଧି କରାଯାଇଥିଲା।
ଏସ୍ସିବିରେ ୨୫୦ ଏମ୍ବିବିଏସ୍ ସିଟ୍କୁ ୫ ବର୍ଷ ପର୍ଯ୍ୟନ୍ତ ସ୍ବୀକୃତି
Advertisment
Follow Us