କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ପରିଦର୍ଶନ କରିଛନ୍ତି ଇଣ୍ଡିଆନ୍ ମେଡିକାଲ କାଉନସିଲ(ଏମ୍ସିଆଇ) ଟିମ୍। ପାଥୋଲୋଜି ଓ ନିଶ୍ଚେତକ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଭିତ୍ତିଭୂମି ଠିକ୍ ଅଛି କି’ ନାହିଁ, ସେ ସଂପର୍କରେ ଟିମ୍ ଅନୁଧ୍ୟାନ କରିଥିଲେ। ଗତବର୍ଷ ଭିତ୍ତିଭୂମି ଅଭାବରୁ ଏହି ଦୁଇଟି ପାଠ୍ୟକ୍ରମ ଖୋଲିବା ପାଇଁ ଏମ୍ସିଆଇ ଅନୁମତି ଦେଇନଥିଲା। ବରଂ ଭିତ୍ତିଭୂମି ସୁଧାରିବା ପାଇଁ ପରାମର୍ଶ ଦେଇଥିଲା। ଏହି କ୍ରମରେ ଗତ କିଛି ଦିନ ପୂର୍ବରୁ ଏମ୍ସିଆଇ ଟିମ୍ ନିଶ୍ଚେତକ ବିଭାଗର ଭିତ୍ତିଭୂମି ଅନୁଧ୍ୟାନ କରି ଫେରି ଯାଇଥିଲା। ଏବେ ଟିମ୍ ପୁଣି ଆସି ପାଥୋଲୋଜି ବିଭାଗର ଭିତ୍ତିଭୂମି ପରଖିଛନ୍ତି। ଟିମ୍ ସଦସ୍ୟଙ୍କ ସହିତ ଡିନ୍ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ, ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସାଗରୀକା ସାମନ୍ତରାୟ, ଆସୋସିଏଟ୍ ପ୍ରଫେସର ଡାକ୍ତର ସ୍ମିତା ପଣ୍ଡା, ଆସୋସିଏଟ୍ ପ୍ରଫେସର ଡାକ୍ତର କୁସୁମରାଣୀ ବେସ୍ରା ପ୍ରମୁଖ ଭିତ୍ତିଭୂମି ସୁଦୃଢ଼ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ଏଭଳି ସ୍ଥିତିରେ ଟିମ୍ ଯଦି ଭିତ୍ତିଭୂମିକୁ ନେଇ ସନ୍ତୁଷ୍ଟ ହୁଏ, ତେବେ ଆସନ୍ତା ବର୍ଷରୁ ଅଙ୍କୋ ପାଥୋଲୋଜି ଓ ନିଶ୍ଚେତକ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ବାଟ ଫିଟିବ ବୋଲି କୁହାଯାଉଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/07/cancer-2.jpg)