ରାୟଗଡ଼ାରେ ପବନ ଶକ୍ତି ପ୍ରକଳ୍ପ କରିବ ଏମ୍‌ସିଏଲ୍‌: ସମ୍ବଲପୁରରେ ହେବ କୋଲ୍‌ ୱାସରି

Advertisment

ରାୟଗଡ଼ାରେ ହେବ ପବନ ଶକ୍ତି ପ୍ରକଳ୍ପ। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଲ୍‌) ୮୫୨.୧୨ କୋଟି ଟଙ୍କା ନିବେଶରେ ୯୯ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସ୍ଥାପନ କରିବ। ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ....

ରାୟଗଡ଼ାରେ ହେବ ପବନ ଶକ୍ତି ପ୍ରକଳ୍ପ। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଲ୍‌) ୮୫୨.୧୨ କୋଟି ଟଙ୍କା ନିବେଶରେ ୯୯ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସ୍ଥାପନ କରିବ। ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ....

ଏମ୍‌ସିଏଲ୍‌ର ରେକର୍ଡ ଉତ୍ପାଦନ

ଭୁବନେଶ୍ବର: ରାୟଗଡ଼ାରେ ହେବ ପବନ ଶକ୍ତି ପ୍ରକଳ୍ପ। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଲ୍‌) ୮୫୨.୧୨ କୋଟି ଟଙ୍କା ନିବେଶରେ ୯୯ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସ୍ଥାପନ କରିବ। ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପ ସମେତ ‌ମୋଟ ୩୮୮୩.୭୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୨,୨୮୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସମ୍ବଲପୁର, ରାୟଗଡ଼ା, ଗଞ୍ଜାମ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ ଓ ଝାରସୁଗୁଡ଼ାରେ କାର୍ଯ୍ୟକାରୀ ହେବ। ବି ଆର୍‌ ଷ୍ଟିଲ୍ ଆଣ୍ଡ୍‌ ପାୱାର ସମ୍ବଲପୁର ଜିଲ୍ଲାରେ ୮୭୧ କୋଟି ଟଙ୍କା ନିବେଶରେ ଏକ ପ୍ରକଳ୍ପ ସ୍ଥାପନ କରିବ। ସିଂଘଲ ଏଣ୍ଟରପ୍ରାଇଜେସ୍ ଝାରସୁଗୁଡ଼ାରେ ୩୧୦ କୋଟି ଟଙ୍କା ନିବେଶରେ ଏକ ଇସ୍ପାତ କାରଖାନା ବସାଇବ। ହେଟେରୋ ଡ୍ରଗ୍‌ସ ଲିମିଟେଡ୍‌ ଓ ଅନର୍‌ ଲ୍ୟାବ୍‌ ପକ୍ଷରୁ ଗଞ୍ଜାମରେ ୩୦୦ କୋଟି ଟଙ୍କା ଲେଖାଏଁ ନିବେଶରେ ଔଷଧ କାରଖାନା ସ୍ଥାପନ କରାଯିବ। ଯାଜପୁରରେ ଭିସିଆଇ କେମିକାଲ୍‌ ଇଣ୍ଡଷ୍ଟ୍ରିଜ୍ ୩୦୦ କୋଟି ଟଙ୍କା, ଟାଟା ଷ୍ଟିଲ୍ ଲିମିଟେଡ୍‌ ୧୫୦ କୋଟି ଟଙ୍କା, ନନ୍ଦିଘୋଷ ଷ୍ଟିଲ୍‌ସ ୬୨.୫୪ କୋଟି ଟଙ୍କା ଓ ଭାରତୀୟ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍‌ ୫୩ କୋଟି ଟଙ୍କା ନିବେଶ କରି ନିଜର ପ୍ରକଳ୍ପ ବସାଇବେ।
ଅନୁଗୁଳରେ ଜେଏସ୍‌ପି ଗ୍ରିନ୍ ୱିଣ୍ଡ୍‌ ପକ୍ଷରୁ ୨୦୦ କୋଟି ଟଙ୍କା ନିବେଶରେ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଉତ୍ପାଦନ କାରଖାନା ନିର୍ମାଣ କରାଯିବ।

 କ‌ାଲ୍‌ଡେରିସ୍ ଇଣ୍ଡିଆ ଏହାର କାରଖାନାର ସମ୍ପ୍ରସାରଣରେ ୧୦୯.୩୭ କୋଟି ଟଙ୍କା ନିବେଶ କରିବ। ବାୟୋଲ୍ୟୁକ୍ସ ଏନର୍ଜି ଆଣ୍ଡ୍‌ ପାୱାର ଢେଙ୍କାନାଳରେ ୭୩.୧୭ କୋଟି ଟଙ୍କା ନିବେଶରେ ଏକ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ। ହେରାଉସ୍‌ ଟେକ୍ନୋଲୋଜିସ୍‌ ଇଣ୍ଡିଆ ଖୋର୍ଦ୍ଧାରେ ୬୫ କୋଟି ଟଙ୍କାରେ ମେଟାଲର୍ଜିକାଲ୍‌ ସେନ୍‌ସର୍‌ ଉତ୍ପାଦନ କାରଖାନା ବସାଇବ। ବିକାଶ ହସ୍ପିଟାଲିଟି ଇନିସିଏଟିଭ୍‌ସ ପକ୍ଷରୁ ଗଞ୍ଜାମରେ ୬୦ କୋଟି ଟଙ୍କାରେ ଏକ ଲକ୍‌ଜୁରି ‌ରିସୋର୍ଟ ସ୍ଥାପନ କରାଯିବ। ସମ୍ବଲପୁରରେ କ୍ବାଣ୍ଟସୋଲାର ଟେକ୍ନୋଲୋଜିସ୍‌ ୫୭ କୋଟି ଟଙ୍କା ନିବେଶ କରିବ। ସେହିପରି ଆଲ୍‌ପସ୍‌ ମାଇନିଂ ସର୍ଭିସେସ୍ ସମ୍ବଲପୁରରେ କୋଲ ୱାସରି ବସାଇବାରେ ୬୧.୫୦ କୋଟି ଟଙ୍କା ନିବେଶ କରିବ। ଗଞ୍ଜାମରେ ଶ୍ରୀ ଜଗନ୍ନାଥ ଲାଇମ୍ ଆଣ୍ଡ୍ କେମିକାଲ୍‌ସ ୫୯.୦୨ ‌କୋଟି ଟଙ୍କା ନିବେଶ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe