ଭିନ୍ନକ୍ଷମଙ୍କୁ ୫୦ ଇ-ରିକ୍ସା ଦେବ ଏମ୍‌ସିଏଲ୍‌

Advertisment
ଭିନ୍ନକ୍ଷମଙ୍କୁ ୫୦ ଇ-ରିକ୍ସା ଦେବ ଏମ୍‌ସିଏଲ୍‌

ସମ୍ବଲପୁର : ମହାନଦୀ କୋଲ୍‌ ଫିଲ୍ଡସ୍ ଲିମିଟେଡ୍(ଏମସିଏଲ) ପକ୍ଷରୁ ୫୦ ଜଣ ଭିନ୍ନକ୍ଷମଙ୍କୁ ଇ-ରିକ୍ସା ପ୍ରଦାନ କରାଯିବ। ଏମସିଏଲର ସିଏସ୍‌ଆର୍‌ ପ୍ରକଳ୍ପ ‘ସକ୍ଷମ’ ଅଧୀନରେ ଏହି ଇ-ରିକ୍ସା ପ୍ରଦାନ କରିବ। ଏ ନେଇ ଗୁରୁବାର ଏମସିଏଲ୍‌ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ଏହି ଇ-ରିକ୍ସା ପ୍ରଦାନ କରିବା ଦ୍ବାରା ଅସହାୟ ଲୋକଙ୍କୁ ଜୀବିକା ନିର୍ବାହ କରିବାର ସୁଯୋଗ ମିଳିବ। ତା ସହିତ ବୈଦ୍ୟୁତିକ ପରିବହନ ମାଧ୍ୟମରେ ସବୁଜ ଏବଂ ସ୍ୱଚ୍ଛ ପରିବେଶକୁ ପ୍ରୋତ୍ସାହିତ କରିବାରେ ଏହା ମଧ୍ୟ ସାହାଯ୍ୟ କରିବ ବୋଲି ଏମସିଏଲ୍‌ ପକ୍ଷରୁ କହାଯାଇଛି।

ଏମସିଏଲ ପକ୍ଷରୁ ସାଧାରଣ ପରିଚାଳକ(ସିଏସଆର) ରଜନୀକାନ୍ତ ପାଣିଗ୍ରାହୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁରର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଚୁକ୍ତିନାମା ଅନୁଯାୟୀ ଇ-ରିକ୍ସା ପାଇଁ ସମସ୍ତ ଟଙ୍କା ଏମ୍‌ସିଏଲ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe