ନିରାପଦ ଟ୍ରେନ୍‌ ଚଳାଚଳ ପାଇଁ ପଦକ୍ଷେପ: ଭୁବନେଶ୍ବର, ପଲାସାରେ ସୁରକ୍ଷା ବାଡ଼

Advertisment
ନିରାପଦ ଟ୍ରେନ୍‌ ଚଳାଚଳ ପାଇଁ ପଦକ୍ଷେପ: ଭୁବନେଶ୍ବର, ପଲାସାରେ ସୁରକ୍ଷା ବାଡ଼

ଭୁବନେଶ୍ୱର: ରେଳ ନିରାପତ୍ତା ବୃଦ୍ଧି କରାଇବା ସହ ଟ୍ରେନ୍‌ଗୁଡ଼ିକର ବେଗ ବଢ଼ାଇବାକୁ ପଦକ୍ଷେପ ନିଆଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ସୁରକ୍ଷା ବାଡ଼(ଫେନସିଂ) କାର୍ଯ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱର ଓ ପଲାସା ରେଳ ଷ୍ଟେସନ ନିକଟ ଅଞ୍ଚଳ ସହିତ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟ ଚାଲିଛି। ଏବେ ସୁଦ୍ଧା‌ ପ୍ରାୟ ୭ କିମି ସୁରକ୍ଷା ବାଡ଼ କାମ ଶେଷ ହୋଇଛି। ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ପ୍ରାୟ ୩.୯ କିମି (ପଲାସା ଷ୍ଟେସନ ଅଞ୍ଚଳରେ ୨୪୦୦ ମିଟର ଓ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନରେ ୧୫୦୦ ମିଟର) ନିର୍ମାଣ କରାଯାଇଛି। ଏହାବ୍ୟତୀତ ଭୁବନେଶ୍ୱର ନିକଟରେ ୧୬୦୦ ମିଟର ଫିକ୍ସଡ୍ ନଟ୍ ଫେନ୍‌ସିଂ ବ୍ୟାରିୟର ନିର୍ମାଣ ହୋଇଛି।

ଫେନ୍‌ସିଂ ପାଇଁ ଏହି ସ୍ଥାନଗୁଡ଼ିକ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। କାରଣ ରେଳ ଧାରଣା ଉଚ୍ଚତା ପ୍ରାୟ ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହିତ ସମାନ ରହିଛି। ଏହାଦ୍ବାରା ଗୃହପାଳିତ ପଶୁ ଓ ଅନା‌ଧିକାର ପ୍ରବେଶକୁ ରେଳ ଟ୍ରାକ ପାର ହେବାକୁ ବାରଣ କରାଯାଇପାରିବ। ଏହାଦ୍ବାରା ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ ହେବା ସହ ରେଳ ଧାରଣାକୁ ଅନଧିକୃତ ପ୍ରବେଶ, ରେଳ ଧାରଣା ନିକଟରେ ଗୋରୁ କିମ୍ବା ଗୃହପାଳିତ ପଶୁ ଚରାଇବା, ରେଳ ଧାରଣା ନିକଟରେ ବନ୍ୟଜନ୍ତୁର ଗତିବିଧି ଉପରେ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇବ। ଏହି ବାଡ଼ କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡ଼ାଇବାକୁ ରେଳ ମନ୍ତ୍ରଣାଳୟ ଟ୍ରାକ୍‌ ନିକଟରେ ନିଜ ସୀମା ମଧ୍ୟରେ ପାଚେରି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ କେବଳ ରେଳ ଜମିର ସୀମାନ୍ତରେ ଫେନସିଂ ନିର୍ମାଣ ହେଉଛି। ପ୍ରକୃତ ଦୂରତା ସହିତ ଜୋନାଲ ରେଳ କର୍ତ୍ତୃପକ୍ଷର ସ୍ଥିତି, ରକ୍ଷଣାବେକ୍ଷଣ ଆବଶ୍ୟକତା, ମଲ୍ଟି ଟ୍ରାକିଂ କାର୍ଯ୍ୟ, ଅନାଧିକାର ପ୍ରବେଶ ଓ ପ୍ରସ୍ତାବିତ ବାଡ଼ର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନିର୍ଭର କରିବ। ଏହି ପଦକ୍ଷେପ ଲେଭଲ୍ କ୍ରସିଂ, ଆରଓବି, ଆରୟୁବି, ବ୍ରିଜ୍ ଓ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଟ୍ରାକ୍ ପ୍ରବେଶକୁ ସିଲ୍ କରିବାକୁ ଲକ୍ଷ୍ୟ ରଖିଛି। ସୂଚନା ଅନୁଯାୟୀ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ ରେଳମଣ୍ଡଳର ଭଦ୍ରକ-ପଲାସା, ଖୋର୍ଦ୍ଧାରୋଡ-ପୁରୀ ରେଳ ସେକ୍ସନର ରେଳ ଧାରଣା ପାର୍ଶ୍ବରେ ନିରାପତ୍ତା ବାଡ଼ କରିବାକୁ ରେଳ ମନ୍ତ୍ରଣାଳୟ ନିକଟରେ ୨୭୫.୦୧ କୋଟି ଟଙ୍କା ମଞ୍ଜୁର କରିଥିଲା। ଏଥିସହ ୧୩୦ କିମି ଓ ତା’ଠାରୁ ଅଧିକ ବେଗରେ ଟ୍ରେନ୍‌ର ନିରାପଦ ଚଳାଚଳକୁ ମଧ୍ୟ ସହଜ କରିବାକୁ ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe