ଚିକେନ୍‌ ଦୋକାନରେ ବେଆଇନ୍‌ ବାର୍‌ହା ମାଂସ ବିକ୍ରି କରୁଥିଲେ, ଗିରଫ ହେଲେ ଦୋକାନୀ

ଚିକେନ୍‌ ଦୋକାନରେ ବେଆଇନ୍‌ ବାର୍‌ହା ମାଂସ ବିକ୍ରି କରୁଥିଲେ, ଗିରଫ ହେଲେ ଦୋକାନୀ

ଗଁଦିଆ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ଦୁର୍ବଳତାର ସୁଯୋଗ ନେଇ ଶିକାରୀମାନଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁମାନଙ୍କୁ ଶିକାର କରି ଶୀକାରୀମାନେ ଅର୍ଥ ଉପାର୍ଜନ କରୁଛନ୍ତି। କୁକୁଡ଼ା ଦେକାନରେ ବାର୍‌ହା ମାଂସ ବିକ୍ରି ହେଉଛି। ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ଜୋରନ୍ଦା ଫରେଷ୍ଟ ସେକ୍ସନ ଅଧିନ ଦଧିସିଙ୍ଗା ଗ୍ରାମର ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ମାମଲରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲା ଚିନ୍ମୟ ନାୟକ (୧୮)।

ସୂଚନା ଅନୁସାରେ ଏକ ଚିକେନ ସେଣ୍ଟରରେ ଆଜି ସକାଳ ସମୟରେ ସେଠାରେ ଜଙ୍ଗଲୀ ବାର୍‌ହା କଟା ହୋଇ ବିକ୍ରି କରାଯାଉଥିବାର ଖବର ପାଇ ଷଡଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରାଙ୍କର ନିର୍ଦେଶ କ୍ରମେ ଜୋରନ୍ଦା ଫରେଷ୍ଟର ମଧୁସ୍ମିତା ପତି ଓ ବନରଖି ସୁଧାକର ସେଠୀ ଅତର୍କିତ ଭାବେ ଚଢ଼ଉ କରିଥିଲେ। ସକାଳ ସମୟ ୯ଟା ୩୦ ମିନିଟିରେ ମାଂସ ବିକ୍ରି କେନ୍ଦ୍ରରେ ପହଁଞ୍ଚି ସେଠାରେ ଦେଢ଼ କେଜିର କଟା ମାଂସ ଜବତ କରିଥିଲେ। ଦଧିସିଙ୍ଗା ଗ୍ରାମର ବିମଳ ନାୟକଙ୍କର ପୁଅ ଚିନ୍ମୟ ନାୟକକୁ ଘଟଣା ସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବନ ବିଭାଗ ଜବତ ମାଂସର ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଥିବା ଜଣାଯାଇଛି।

ତେବେ ବାର୍‌ହା ମାଂସ ଚିନ୍ମୟ କେଉଁଠାରୁ ଆଣିଥିଲା ସେ ନେଇ ବନ ବିଭାଗ ଅଧିକ ତଦନ୍ତ କରୁଛି। ବାର୍‌ହା ଶିକାର ଘଟଣାରେ ଅନ୍ୟମାନେ ସଂପୃକ୍ତ ଥିବା ବନ ବିଭାଗ ସଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe