ମେସ୍କୋ ଷ୍ଟିଲ ଶ୍ରମିକ ସ˚ଘ ନିର୍ବାଚନ : ବିଧାୟକଙ୍କ ୟୁନିଅନ୍‌କୁ ଝଟ୍‌କା

ମେସ୍କୋ ଷ୍ଟିଲ ଶ୍ରମିକ ସ˚ଘ ନିର୍ବାଚନ : ବିଧାୟକଙ୍କ ୟୁନିଅନ୍‌କୁ ଝଟ୍‌କା

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ ଶ୍ରମିକ ସ˚ଘ ନିର୍ବାଚନରେ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ କଳିଙ୍ଗନଗର ମଜଦୁର୍‌ ୟୁନିଅନକୁ ପ୍ରବଳ ଝଟ୍‌କା ଲାଗିଛି। ଅପରପକ୍ଷେ, ୱାର୍କର୍ସ ୟୁନିୟନ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି।

ପୂର୍ବ ନିର୍ଧାରିତ ସମୟାନୁଯାୟୀ ଆଜି ସକାଳ ପ୍ରାୟ ୭ଟାରୁ କାରାଖାନା ପରିସରରେ ମତଦାନ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ନିର୍ବାଚନରେ ନିର୍ବାଚନରେ ମୁଖ୍ୟତଃ କଳିଙ୍ଗନଗର ମଜଦୁର୍‌ ୟୁନିଅନ ଓ ମେସ୍କୋ ଷ୍ଟିଲ ୱାର୍କର୍ସ ୟୁନିଅନ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ମୋଟ୍‌ ୩୦୭ ଜଣ ଭୋଟରଙ୍କ ମଧ୍ୟରୁ ୩୦୬ ଜଣ ମତଦାନ କରିଥିଲ। ମେସ୍କୋ ଷ୍ଟିଲ ୱାର୍କର୍ସ ୟୁନିଅନକୁ ୧୭୧ ଖଣ୍ତ ଭୋଟ୍‌ ମିଳିଥିବାବେଳେ କଳିଙ୍ଗନଗର ମଜଦୁର ୟୁନିଅନକୁ ୧୩୩ ଖଣ୍ତ ଭୋଟ୍‌ ମିଳିଥିଲା। ୧ ଖଣ୍ତ ଭୋଟ୍‌ ନାକଚ ହୋଇଯାଇଥିଲା। ସୁକିନ୍ଦା ବିଧାୟକ ଇ˚ ପ୍ରିତିରଂଜନ ଘଡାଇ ଓ ମଜଦୁର ୟୁନିଅନର ଉପଦେଷ୍ଟା ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କଳିଙ୍ଗନଗର ମଜଦୁର ୟୁନିଅନ ପାଇଁ ମଙ୍ଗ ଧରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଅନ୍ୟପଟେ ସମଗ୍ର କଳିଙ୍ଗନଗରରେ ବିଧାୟକଙ୍କ ବିରୋଧୀ ଏକତ୍ରିତ ହୋଇ ମେସ୍କୋ ଷ୍ଟିଲ ୱାର୍କର୍ସ ୟୁନିଅନକୁ ବିଜୟ କରିବାରେ ସଫଳ ହୋଇଥିଲେ। ମେସ୍କୋ ଷ୍ଟିଲ ଶ୍ରମିକ ସ˚ଘର ଏହି ନିର୍ବାଚନ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe