ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା: ଜୋର୍‌ ଜବରଦସ୍ତ ପଶିଲେ ବନ୍ଧା ହେବେ

Advertisment
ଭୁବନେଶ୍ବରରେ ଆସନ୍ତାକାଲି ଦିନ ୧ଟା ପରେ ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଛୁଟି

The Hindu

ଭୁବନେଶ୍ବର : ସରକାରୀ ସ୍କୁଲରେ ପାଠପଢ଼ା ଠିକ୍‌ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସରକାରୀ ସ୍କୁଲର ଗୁମର ଫିଟାଇବା ପରେ ଗଣଶିକ୍ଷା‌ ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ର‌େବଶ ଉପରେ ରୋକ୍‌ ଲଗାଇଛି। କେବଳ ଏତିକି ନୁହେଁ, ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍‌ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍‌ଆଇଆର୍‌ ଦେବାକୁ କୁହାଯାଇଛି।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରିବା ପରେ ବିଇଓମାନେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି। ଡିଇଓମାନେ ବିଇଓଙ୍କୁ ଚିଠି କରି କହିଛନ୍ତି, ‘ଦେଖିବାକୁ ମିଳୁଛି; କିଛି ଲୋକ କ୍ୟାମେରା ନେଇ ସ୍କୁଲରେ ପ୍ରବେଶ କରିବା ସହ ଛାତ୍ରଛାତ୍ରୀ/ଶିକ୍ଷକମାନଙ୍କୁ ଅପମାନ କରିବା ଭଳି ପ୍ରଶ୍ନ କରୁଛନ୍ତି। କିଛି ଟିଭି ଚ୍ୟାନେଲ ଏହି ଭିଡିଓକୁ ପ୍ରସାରଣ କରୁଛନ୍ତି। ସ୍କୁଲ ପରିସରରେ ଏହିଭଳି କାର୍ଯ୍ୟ ଅନୁମୋଦିତ ନୁହେଁ। ଏହା ମଧ୍ୟ ଅନୈତିକ। ତେଣୁ ସ୍କୁଲ ପ୍ରଧାନଶିକ୍ଷକମାନେ ସ୍କୁଲ କି ଶ୍ରେଣୀଗୃହକୁ ଏହିଭଳି ଅନଧିକୃତ ପ୍ରବେଶକୁ ଅନୁମତି ଦେବେନି। ଯଦି କେହି ସ୍କୁଲ ଭିତରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଛନ୍ତି ଏବଂ ଏହିଭଳି କାର୍ଯ୍ୟ କରୁଛନ୍ତି ତେବେ ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଏଫ୍‌ଆଇଆର୍‌ ଦେବେ।’ ଏନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ବିଇଓମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe