ମେଡିକାଲ ନାମଲେଖା: ଏସ୍‌ସିବିର ୧୯୭ ସିଟ୍‌ ପୂରଣ

Advertisment
ମେଡିକାଲ ନାମଲେଖା: ଏସ୍‌ସିବିର ୧୯୭ ସିଟ୍‌ ପୂରଣ

ଭୁବନେଶ୍ୱର : ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌, ବିଡିଏସ୍‌ ପାଠ୍ୟକ୍ରମ ପାଇଁ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ ଏସ୍‌ସିବି ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହୋଇଛି। ଏସ୍‌ସିବିରେ ରାଜ୍ୟ କୋଟାର ୨୧୨ ସିଟ୍‌ରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ୧୯୭ ଜଣ ନାମ ଲେଖାଇଛନ୍ତି। ସାଧାରଣ ବର୍ଗର ୧୪୫ ଜଣ ପିଲା ରହିଛନ୍ତି।

ଅନ୍ୟପକ୍ଷରେ ଜୁଲାଇ ୬ର ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ପାଇଁ ନାମଲେଖା ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ଜୁଲାଇ ୭ରେ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ଏସ୍‌ସିବିର ବିଡିଏସ୍‌ ପାଠ୍ୟକ୍ରମ, ୮ ତାରିଖରେ କୋରାପୁଟ ଓ ବାରିପଦାଠାରେ ଥିବା ସରକାରୀ ମେଡିକାଲ କଲେଜର ଏମ୍‌ବିବିଏସ୍‌, ୯ ତାରିଖରେ ବଲାଙ୍ଗୀର ଓ ବାଲେଶ୍ୱର ସରକାରୀ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଏବଂ ୧୦ ତାରିଖରେ ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜର ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ହେବ। ନାମଲେଖା ପରେ ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ। ଜୁଲାଇ ୨୪ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ଥିବା ସିଟ୍‌ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌ର ମିଳିତ ତାଲିକା ବାହାରିବ। ଏହି ସିିଟ୍‌ଗୁଡ଼ିକ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ ଚାଲିବ। ଅଗଷ୍ଟ ୧ ସୁଦ୍ଧା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe