ମେଡିକାଲ ନାମଲେଖା: ଦ୍ବିତୀୟ ପର୍ଯ୍ୟାୟରେ ୧୨୪୯ ସିଟ୍‌ ଆଲଟ୍‌

Advertisment

Molitics

ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ଖାଲିଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ମେଡିକାଲ କଲେଜଗୁଡ଼ି‌କରେ ଖାଲିଥିବା ସିଟ୍‌ ସମେତ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌କୁ ମିଶାଇ ମୋଟ ୧୨୬୪ ସିଟ୍‌ ଖାଲି ରହିଛି। ଉକ୍ତ ସିଟ୍‌ଗୁଡ଼ିକ ପୂରଣ ଲାଗି ଦ୍ବିତୀୟ ପର୍ଯ୍ୟାୟରେ ୧୨୪୯ଟି ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଲାଗି ଏସ୍‌ସିବି ମେଡିକାଲ କଲେଜର ୨୧୮ ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ଏମ୍‌କେସିଜି ମେଡିକାଲ କଲେଜର ୨୨୦, ଭିଏସ୍‌ଏସ୍‌ ମେଡିକାଲ କଲେଜର ୧୭୭, ବାରିପଦା ମେଡିକାଲ କଲେଜର ୧୧୧, କୋରାପୁଟ ମେଡିକାଲ କଲେଜର ୧୦୯, ବଲାଙ୍ଗୀର ମେଡିକାଲ କଲେଜର ୮୯, ବାଲେଶ୍ବର ମେଡିକାଲ କଲେଜର ୯୧ ଓ ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜର ୧୦୦ ସିଟ୍‌ ପାଇଁ ଆଲଟ୍‌ମେଣ୍ଟ ହୋଇଛି। ଏହାବ୍ୟତୀତ ଏସ୍‌ସିବି ଡେଣ୍ଟାଲ କଲେଜର ୪୯ ଓ ଭୁବନେଶ୍ବର ହାଇଟେକ୍‌ ଡେଣ୍ଟାଲ କଲେଜର ୮୫ ସିଟ୍‌ ଲାଗି ଆଲଟ୍‌ ହୋଇଛି। ହାଇଟେକ୍‌ ‌ଡେଣ୍ଟାଲ କଲେଜର ୧୫ଟି ସିଟ୍‌ ଏନ୍‌ଆରଆଇ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି‌ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe