ମେଡିକାଲ କଲେଜ ଚୁକ୍ତିଭିତ୍ତିକ ଟ୍ୟୁଟର ଓ ରେସିଡେଣ୍ଟଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

Advertisment
ମେଡିକାଲ କଲେଜ ଚୁକ୍ତିଭିତ୍ତିକ ଟ୍ୟୁଟର ଓ ରେସିଡେଣ୍ଟଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

photo by : pixabay.com

ଭୁବନେଶ୍ୱର : ବିଭିନ୍ନ ସରକାରୀ ମେଡିକାଲ କଲେଜମାନଙ୍କରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଟ୍ୟୁଟର, ସିନିଅର ରେସିଡେଣ୍ଟ ଓ ଜୁନିଅର ରେସିଡେଣ୍ଟଙ୍କ ପରିତୋଷିକ ଓ ପ୍ରୋତ୍ସାହନ ଭତ୍ତା ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ କରିଛି।

ଫଳରେ ସରକାରୀ ମେଡିକାଲ କଲେଜମାନଙ୍କରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଟ୍ୟୁଟରମାନେ ପାରିତୋଷକ ଓ ଭତ୍ତାକୁ ମିଶାଇ ୭୫ହଜାର ଟଙ୍କା, ସ୍ନାତକୋତ୍ତର ଶିକ୍ଷା ନ ଥିବା ଟ୍ୟୁଟରମାନେ ପାରିତୋଷକ ଓ ଭତ୍ତା ମିଶାଇ ୭୦ହଜାର ଟଙ୍କା ପାଇବେ। ସେହିପରି ସିନିଅର ରେସିଡେଣ୍ଟ ଓ ଜୁନିଅର ରେସିଡେଣ୍ଟଙ୍କ ମାସିକ ପାରିତୋଷକ ପରିମାଣ ଯଥାକ୍ରମେ ୬୫ହଜାର ଓ ୫୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅପରପକ୍ଷରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପରିମାଣ ବୃଦ୍ଧି କରାଯାଇଛି। ଷ୍ଟାଇପେଣ୍ଡ ପରିମାଣ ବୃଦ୍ଧି ଫଳରେ ସମାନଙ୍କୁ ଏଣିକି ମାସିକ ପ୍ରଥମ ବର୍ଷ ୧୫ହଜାର, ୨ୟ ବର୍ଷ ୧୬ହଜାର, ୩ୟ ବର୍ଷ ୧୭ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ପୂର୍ବରୁ ଏହି ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପରିମାଣ ମାସିକ ଯଥାକ୍ରମେ ୧୦ହଜାର, ୧୦ହଜାର ୫ଶହ ଓ ୧୧ହାଜର ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe