ମେଡିକାଲ କଲେଜ: ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ତାଳଚେରସ୍ଥିତ କଲେଜ କୋଠା ଏବେ ଭୂତକୋଠି

Advertisment
ତାଳଚେର ମେଡିକାଲ କଲେଜ: ୬ ମାସ ଭିତରେ ଆରମ୍ଭ ହେବ ରୋଗୀସେବା

The New Indian Express

ଅନୁଗୁଳ : ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)କୁ ନେଇ ଅନିଶ୍ଚିତତା ଦୂର ହେଉନି। ଏହାକୁ ଚଳାଇବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ନିଷ୍ପତ୍ତି ହୋଇ ପାରି ନ ଥିବାରୁ ଏହା କେବେଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ ହେଉନି। ମେଡିକାଲ କଲେଜ ଚଳାଇବାକୁ ଏମ୍‌ସିଏଲ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିଲେ ମଧ୍ୟ ଏହା ଚୂଡ଼ାନ୍ତ ହେଇପାରୁନି। ଫଳରେ ମେଡ଼ିକାଲ କଲେଜ ନେଇ ଅନିଶ୍ଚିତତା ବଢ଼ି ବଢ଼ି ଚାଲିଛି। ଅପରପକ୍ଷରେ ଏଥିନେଇ ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ଅନୁଗୁଳ ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଧରି ମେଡିକାଲ କଲେଜ ଏକ ପ୍ରମୁଖ ପ୍ରସଙ୍ଗ ହୋଇରହିଛି। ଏଥିନେଇ ଜନଆନ୍ଦୋଳନ ହେବାପରେ ଏମ୍‌ସିଏଲ ଉପରେ ରାଜ୍ୟ ସରକାର ଚାପ ପକାଇ ତାଳଚେରରେ ଏକ ମେଡିକାଲ କଲେଜ ନିର୍ମାଣ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ବି ଲୋକାର୍ପିତ ହୋଇସାରିଛି। କିନ୍ତୁ ଉଦ୍‌ଘାଟନ ପରଠାରୁ ଏହା ଭୂତକୋଠି ହୋଇ ପଡ଼ିଛି। ଏହାକୁ ଚଳାଇବା ପାଇଁ ରାଜ୍ୟ ସରକାର ଓ ଏମ୍‌ସିଏଲ ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମବିବିଏସ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହେବା ସହ ୨୦୧୮ରେ ଶେଷ ହୋଇଥିଲା। ତେଣୁ ୨୦୧୯-୨୦ ବର୍ଷରୁ ଏହି ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ ହେବା ସହ ଚିକିତ୍ସା ଆରମ୍ଭ ହେବ ବୋଲି ଆଶା ରହିଥିଲା। ମାତ୍ର, ଏହି ଆଶା ଏବେ ବି ଆଶାରେ ରହିଯାଇଛି। ଏଥିନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ, ମେଡ଼ିକାଲ କଲେଜ ଚଳାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ଗୋଟିଏ ସଂସ୍ଥାକୁ ଚୟନ କରାଯାଇଛି। ଏଥିନେଇ ଏମଓୟୁ ହେଲା ପରେ ମେଡ଼ିକାଲ କଲେଜ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe