ମେଡିକାଲ କଲେଜ ପ୍ରଧାନମନ୍ତ୍ରୀଙ୍କ ଉପହାର: ଧର୍ମେନ୍ଦ୍ର

Advertisment
ମେଡିକାଲ କଲେଜ ପ୍ରଧାନମନ୍ତ୍ରୀଙ୍କ ଉପହାର: ଧର୍ମେନ୍ଦ୍ର

ରାଉରକେଲା : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେଲ୍‌ର ବିଶ୍ବସନୀୟତା ଇସ୍ପାତ ତିଆରି କରିବାରେ ଯେତିକି ମଜବୁତ୍‌, ଆଜିଏଚ୍‌କୁ ପଶ୍ଚିମ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଚିକିତ୍ସା ଦେବାରେ ଇସ୍ପାତ ସ୍ତମ୍ଭ ‌ସେତିକି ମଜବୁତ୍‌। ହସ୍ପିଟାଲ ନିର୍ମାଣରେ ଇସ୍ପାତ ମନ୍ତ୍ରାଳୟ ନୁହେଁ, କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ହୋଇଛି। ଦାୟିତ୍ବ ପୂରଣ କରାଯାଇଛି। ବହୁ ଲୋକ ପ୍ରଶ୍ନ କରୁଛନ୍ତି ‘ମେଡ଼ିକାଲ କଲେଜ କୁଆାଡେ ଗଲା?’ ଖୁବ୍‌ଶୀଘ୍ର ସ୍ନାତକୋତ୍ତର ମେଡ଼ିକାଲ କଲେଜ ଖୋଲିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ନୁହେଁ ସୁନ୍ଦରଗଡ ଏନ୍‌ଟିପିସି ସୁପର ସ୍ପେଶିଆଲିଟି ହସ୍ପିଟାଲରେ ସ୍ନାତକୋତ୍ତର କଲେଜ ଖୋଲାଯିବ। ଦୁଇଟି ମେଡ଼ିକାଲ କଲେଜ ପ୍ରଧାନମନ୍ତ୍ରୀଙ୍କ ଉପହାର ବୋଲି କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଆଜି ହେଉଛି ବିଶ୍ବ ଜଙ୍ଗଲ ଦିବସ’। ରାଉରକେଲାର ଗୋଟିଏ ପାର୍ଶ୍ବର ସବୁଜିମା ହେବ ନି ଉଭୟ ପାର୍ଶ୍ବ ସବୁଜିମା ହେବ। ଏହାର ଦାୟିତ୍ବ ନେବ ଆର୍‌ଏସ୍‌ପି। ଆଗାମୀଦିନରେ କେବଳ ରାଉରକେଲା ନୁହେଁ ସମଗ୍ର ସୁନ୍ଦରଗଡ ଜିଲ୍ଲାକୁ ସବୁଜିମା କରିବାକୁ ସେଲ୍‌ ଅଧ୍ୟକ୍ଷାଙ୍କୁ ଦାୟିତ୍ବ ଦେଉଛି। ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠିରୁ ବନାଞ୍ଚଳ ସୃଷ୍ଟି ପାଇଁ ଜନ ଆନ୍ଦୋଳନ କରାଯାଉ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe